ଗୋପାଳପୁର: ଓମିକ୍ରନ ସଂକ୍ରମଣକାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ୧୦ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଅନଲାଇନ ପାଠ ପଢା କରାଇବାକୁ ନିର୍ଦେଶ ଜାରି କରାଯାଇଛି। ଏହି କ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ୧୦ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହିକ୍ରମରେ ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲରେ ରହୁଥିବା ପ୍ରାୟ ୨୫୦ ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ଯାଇଛନ୍ତି। ଅନ୍ୟମାନେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯାଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Popular Categories



