www.samajalive.in
Saturday, December 6, 2025
14.1 C
Bhubaneswar

ଗୁଳିବଦ୍ଧ ବାରହା ସହ ବନ୍ଧୁକ ଜବତ, ଶିକାରୀ ଗିରଫ

ହରଭଙ୍ଗା : ଅଭୟାରଣ୍ୟ ଚାଲିଛି ଅବାଧ ଜନ୍ତୁ ଶିକାର । ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଶୀତଳପାଣି ଅଞ୍ଚଳରୁ ବନ୍ୟପ୍ରାଣୀ ବିଭାଗ ଏକ ଗୁଳିବିଦ୍ଧ ବାରହା ମୃତଦେହ ସହ ଗୋଟିଏ ଚୋରା ବନ୍ଧୁକ ଜବତ କରିଛି। ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଶିକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି । କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭ୍ୟାରଣ୍ୟର ଶୀତଳପାଣି ବିଟ ଅଞ୍ଚଳରେ ଜନ୍ତୁ ଶିକାର ଖବର ପାଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଜଙ୍ଗଲୀ ଗୁଳିବିଦ୍ଧ ବାରହା ମୃତଦେହ ସହ ଦେଶୀ ଚୋରା ବନ୍ଧୁକ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ଶିକାରୀ ସୁଧୀର ଭୋକ୍ତାଙ୍କୁ ଗିରଫ କରାଯାଇଛି।  ଏହି ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଆଜି ଗିରଫ ଶିକାରୀକୁ କୋର୍ଟ ଚାଲାଣ କରାଯିବ ବୋଲି କୁଶଙ୍ଗ ବନ୍ୟପ୍ରାଣୀ ବନପାଳ ପ୍ରଶାନ୍ତ ଗୁରୁ ସୂଚନା ଦେଇଛନ୍ତି। ଦିନକୁ ଦିନ ଅଭୟାରଣ୍ୟରେ ଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାରେ ବନ୍ୟପ୍ରାଣୀ ବିଭାଗ ଫେଲ ମାରୁଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories