www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଭାରତ ପାଇଁ ୨ଟି ପଦକ ସୁଯୋଗ; ଶୁଟିଂ ଇଭେଣ୍ଟ ଫାଇନାଲରେ ରମିତା, ଅର୍ଜୁନ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତ ପାଇଁ ୨ଟି ପଦକ ମିଳିବାର ସୁଯୋଗ ରହିଛି। ଏହି ଆଶା ଉଜ୍ଜୀବିତ କରିଛନ୍ତି ଶୁଟର ରମିତା ଜିନ୍ଦଲ ଏବଂ ଅର୍ଜୁନ ବବୁତା। ଉଭୟ ଶୁଟରଙ୍କର ଆଜି ଫାଇନାଲ ଇଭେଣ୍ଟ ରହିଛି। ରମିତା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ୫ମ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସେ ପଦକ ଜିତିଲେ ମନୁ ଭାକରଙ୍କ ପରେ ସେ ୨ୟ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସ ପଦକ ପାଇବାର ଗୌରବ ଅର୍ଜନ କରିବେ। ସେହିପରି ପୁରୁ​‌ଷ ଏୟାର ପିସ୍ତଲ ଇଭେଣ୍ଟରେ ଅନ୍ୟତମ ଭାରତୀୟ ଶୁଟର ଅର୍ଜୁନ ବବୁତା ଫାଇନାଲ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଏହି ୨ ଶୁଟରଙ୍କଠାରୁ ଭାରତ ପଦକ ଆଶା ରଖିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories