www.samajalive.in
Saturday, December 6, 2025
14.1 C
Bhubaneswar

ଯାତ୍ରା ପଡିଆରୁ ବାଇକ୍ ଚୋରି

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ପୁରୁଣାକଟକ ହାଇସ୍କୁଲ ଯାତ୍ରା ପଡିଆ ନିକଟରୁ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ପୁରୁଣାକଟକ ବଜାରର ବବଲୁ ସାହୁ ନିଜର ହିରୋ ଏକ୍ସଟ୍ରିମ ବାଇକଟିକୁ ବାହାରେ ରଖି ଅପେରା ଦେଖିବାକୁ ଯାଇଥିଲେ। ମାତ୍ର ଗାଡିଟିକୁ ବାଇକ ଷ୍ଟାଣ୍ଡ ବାହାରେ ରଖି ଯାତ୍ରା ଦେଖି ଫେରିଲା ବେଳେ ଗାଡିଟି ଚୋରି ହୋଇଥିବା ଜଣାପଡିଥିଲା। ବହୁ ଖୋଜାଖୋଜି ପରେ ତାଙ୍କ ବାଇକ ନ ମିଳିବାରୁ ସେ ଏ ବାବଦରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।  ଏଭଳି ବାଇକ ଚୋରି ଘଟଣାକୁ ନେଇ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories