ଆମ ଓଡ଼ିଶାବୌଦନିଉଜ ଆଲର୍ଟ Less than 1 min.Read ‘ଫାଇଭ ଟି’ରେ ସାମିଲ ହେଲା ହରଭଙ୍ଗା ହାଇସ୍କୁଲ, ମିଳିବ ପୂର୍ଣ୍ଣାଙ୍ଗ ସରକାରୀ ସୁବିଧା By Samajalive Desk 30 March, 2021 7:02 PM FacebookTwitterPinterestWhatsAppLinkedinReddIt ହରଭଙ୍ଗା: ରାଜ୍ୟ ସରକାରଙ୍କ ‘୫ଟି’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୌଦ୍ଧ ଜିଲ୍ଲାର ୫୬ ବର୍ଷ ପୂରାତନ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ। ଏହି ଅବସରରେ ମଙ୍ଗଳବାର ହରଭଙ୍ଗା ହାଇସ୍କୁଲ ପ୍ରାଙ୍ଗଣରେ ଏକ ‘୫ଟି’ ରୂପାନ୍ତରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ହରଭଙ୍ଗା ହାଇସ୍କୁଲ ଭଳି ଜିଲ୍ଲାର ଏକ ପୁରାତନ ଶିକ୍ଷାନୁଷ୍ଠାନକୁ ‘୫ଟି’ରେ ସାମିଲ ହେବା ଆଜି ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ‘୫ଟି’ରେ ସାମିଲ ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣାଙ୍ଗ ସରକାରୀ ସୁବିଧା ମିଳିବ।ଏହାକୁ ଏକ ମଡେଲସ୍କୁଲ ଭାବେ ନିର୍ମାଣ କରାଯିବ। ବେସରକାରୀ ସ୍କୁଲ ଭଳି ଏହି ସ୍କୁଲରେ ପିଲାଙ୍କ ପାଠ ପଢିବା ପାଇଁ ଖେଳପଡିଆ, ଲାଇବ୍ରେରୀ, ଲ୍ୟାବ୍, ହଷ୍ଟେଲ, ଯୋଗ କେନ୍ଦ୍ର ଭଳି ସବୁପ୍ରକାର ଆନୁସଙ୍ଗିକ ସୁବିଧା ରହିବ। ଏହାର ଭିତିଭୂମି ଆର୍କୀଟେକ୍ ନକ୍ସା ଅନୁସାରେ ନିର୍ମାଣ କରାଯିବ। ମଡେଲ ସ୍କୁଲ ନିର୍ମାଣ ପାଇଁ ସରକାରଙ୍କ ସମସ୍ତ ସହଯୋଗ ସହିତ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କମିଟି ସଦସ୍ୟ, ମୋସ୍କୁଲ କମଟି ସଦସ୍ୟ, ବୁଦ୍ଧିଜୀବି, ଲୋକ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇପାରିବ ବୋଲି କହିଥିଲେ। ଏହା ସହିତ ସ୍କୁଲରେ ଭଲ ଶିକ୍ଷକ ନିଯୁକ୍ତି ଦେବା ସହିତ ଶିକ୍ଷାଦାନରେ ଅବହେଳା କରୁଥିବା ଶିକ୍ଷକଙ୍କୁ ବଦଳି ପାଇଁ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ ନିଜେ ସ୍କୁଲ ଭିତିଭୂମି ପରିଦର୍ଶନ କରିବା ସହିତ ସ୍କୁଲକୁ ସଂଯୋଗ କରୁଥିବା ଦୁଇ ରାସ୍ତାର ନିର୍ମାଣ କାର୍ଯ୍ୟକୁ ଆଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବାକୁ କହିଥିଲେ। ସ୍କୁଲ କମିଟି ସଭାପତି ନିର୍ମଳ ଗୁପ୍ତା,ପୁରାତନ ଛାତ୍ର ବଟକୃଷ୍ଣ ପ୍ରଧାନ ପ୍ରମୁଖ ସ୍କୁଲର ପୁରୁଣା କଥା ମନେ ପକାଇଥିଲେ। ୫୬ବର୍ଷ ତଳେ ସ୍କୁଲର ଆବଶ୍ୟକତା କଥା ଏବଂ ଶିକ୍ଷାର ଗୁରତ୍ୱକୁ ବୁଝିପାରିଥିବା ମହାପୁରୁଷମାନଙ୍କ ଅବଦାନ ଚିରସ୍ମରଣୀୟ ଯାହା ଫଳରେ ୧୯୬୫ ମସିହାରେ ହରଭଙ୍ଗା ହାଇସ୍କୁଲର ପ୍ରତିଷ୍ଠାରେ ମଙ୍ଗ ଧରିଥିବା ମହାପୁରୁଷ ସ୍ୱର୍ଗତ ଚୈତନ୍ୟ ଦନାୟକ, ରବି ମହାକୁଡ, ଦୋଳ ଗୋବିନ୍ଦ ଗାଈ ଗୌରୀଆ ଭଳି ମହାପୁରୁଷଙ୍କ ଅବଦାନ ଅତୁଳନୀୟ। ଏଭଳି ଏକ ଶିକ୍ଷାନୁଷ୍ଠାନ ଯୋଗୁଁ ଏଠାରେ ପାଠପଢି ପିଲା ଡାକ୍ତର, ଇଂଜିନିୟର, ପ୍ରଶାସନିକ ଅଧିକାରୀ ଭଳି ବିିଭିନ୍ନ ସରକାରୀ ପଦପଦବୀ ରହିବା ଶିକ୍ଷାନୁଷ୍ଠାନ ଏବଂ ଆମ ଅଂଚଳ ପାଇଁ ଆଉ ଏକ ଗୌରବର ବିଷୟ ବୋଲି ମତ ରଖିଥିଲେ। ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ସ୍କୁଲର ପିଇବା ପାଣି ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ହରଭଙ୍ଗା ଗୋଷ୍ଠି ଶିକ୍ଷାଧିକାରୀ ଦେବରାଜ ପ୍ରଧାନ, ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ପ୍ରମୁଖ ମଂଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ସ୍କୁଲର ବହୁ ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି, ସଂରପଚ, ସମିତି ସଭ୍ୟ, ସ୍କୁଲ ପରିଚାଳନ କମିଟି ସଦସ୍ୟ, ମୋ ସ୍କୁଲ କମିଟି ସଦସ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ସ୍କୁଲ ପ୍ରଧାନ ମୁରଲିଧର ରଣା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶିକ୍ଷକ ଜିତେନ୍ଦ୍ର ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଲଲାଟେନ୍ଦୁ ମିଶ୍ର (ବୌଦ୍ଧ ଜିଲ୍ଲାପାଳ) ହରଭଙ୍ଗା ହାଇସ୍କୁଲକୁ ୫ଟିରେ ସାମିଲ କରାଯାଇ ଏକ ମଡେଲ ସ୍କୁଲ ଭାବେ ତିଆରି କରାଯିବ। ଯାହାଦ୍ୱାରା ସରକାରୀ ଆଉ ବେସରକାରୀ ସ୍କୁଲ ମଧ୍ୟରେ ଥିବା ବ୍ୟବଧାନ ପିଲାଙ୍କ ମନରୁ ହ୍ରାସ ପାଇବ। ଏହାଦ୍ୱାରା ଅଂଚଳର ଗରିବ ମେଧାବୀ ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷାଦାନ ପାଇବା ସହିତ ଖେଳକୁଦ, ସଂଙ୍ଗୀତ, ନାଚ ଇତ୍ୟାଦି ଅନ୍ୟତମ ଶିକ୍ଷା ସୁବିଧା ସୁଯୋଗ ପାଇପାରିବେ। ଯାହା ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ପଥ ପରିଷ୍କାର ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଜ୍ୟୋର୍ତିମୟ ଦାସ (ମୋ-ସ୍କୁଲ ସଭାପତି) ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନକୁ ୫ଟିରେ ସାମିଲ ପରେ ଏହା ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ରୂପାନ୍ତରିତ ହେବା ମୋ ପାଇଁ ଏବଂ ଆମ ଅଂଚଳ ପାଇଁ ଏକ ଗୌରବର ବିଷୟ।ଯାହାଦ୍ୱାରା ଅଂଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସବୁଠାରୁ ଫଳପ୍ରଦ ହେବ ବୋଲି ମୋର ବିଶ୍ୱାସ। Hot this week ଆମ ଓଡ଼ିଶା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ December 14, 2025 0 ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ... ଯାଜପୁର ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର December 14, 2025 0 ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ... କ୍ରୀଡ଼ା ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ December 14, 2025 0 ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା... କେନ୍ଦ୍ରାପଡା ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ December 14, 2025 0 ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି... ଆମ ଓଡ଼ିଶା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ December 14, 2025 0 ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା... Related Articles ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା December 14, 2025 ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ ଆମ ଓଡ଼ିଶା December 14, 2025 ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ ଗଞ୍ଜାମ December 14, 2025 ମାଲକାନଗିରି ହିଂସା: ୧୨ ଗିରଫ ମାଲକାନଗିରି December 14, 2025 ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ କ୍ରୀଡ଼ା December 14, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleକୋଭିଡ କଟକଣା ମଧ୍ୟରେ ଧଣ୍ଡାମୁଣ୍ଡା ଦୋଳ ପର୍ବNext articleସୁରିଲା ସଙ୍ଗୀତର ଯାଦୁଗର ସଫେଇ କର୍ମଚାରୀ ଗୌତମ