www.samajalive.in
Saturday, December 6, 2025
15.1 C
Bhubaneswar

କେନାଲ ଉପରେ ରେଲୱେ ପୋଲ ନିର୍ମାଣ : ମାଡିପାରୁନି ପାଣି, ଅସନ୍ତୋଷ ଚାଷୀ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗାଁରେ ରେଲୱେ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଦେଖିବାକୁ ମିଳିଛି। ବଡବନ୍ଧ କେନାଲ ଉପରେ ରେଲୱେ ପୋଲ ନିର୍ମାଣ ଫଳରେ କେନାଲ ପାଣି ଜମିରେ ମାଡିପାରୁନଥିବା ନେଇ ଚାଷୀ ମହଲରୁ ଅଭିଯୋଗ
ହେଉଛି। ଯାହାଫଳରେ କେନାଲ ପାଣି ଚାଷ ଜମିରେ ନ ମାଡିପାରିବାରୁ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହେବାକୁ ନେଇ ସ୍ଥାନୀୟ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପାଣି ଅଭାବରୁ ଅନେକ ଚାଷ ଜମିରେ ରୁଆ ବିହୁଡା କାର୍ଯ୍ୟ ହୋଇପାରୁନଥିବା ଦେଖିବାକୁ ମିଳୁଛି.। ପ୍ରତିବର୍ଷ ଚାଷୀ ବିରାମଚନ୍ଦ୍ରପୁର ବଡ଼ବନ୍ଧରୁ ପାଣି ନେଇ ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ କରିଥାଏ। ଏହି କେନାଲ ପ୍ରାୟ ଦୁଇଶହ ଏକର ଚାଷ ଜମିକୁ ଜଳସେଚିତ କରିଥାଏ।ମାତ୍ର ସ୍ୱାଭାବିକ ଜଳ ସେଚନ ପ୍ରକିୟାକୁ ରେଲୱେ ଠିକସଂସ୍ଥା ଅଣଦେଖା କରି କେନାଲ ଉପରେ ପୋଲ ନିର୍ମାଣ ଫଳରେ ଶ୍ରାବଣ ମାସରେ କେନାଲ ଶୁଖିଲା ପଡିଛି। ଫଳରେ ଚାଷୀ ଚାଷ କିପରି କରିବ ଏବେ ମୁଣ୍ଡରେ ହାତ ଦେଇବସିଛି। ଚଳିତ ବର୍ଷ ରେଲୱେ ଠିକସଂସ୍ଥା ଏହି ମାଟି କେନାଲ ଉପରେ ରେଲୱେ ଧାରଣା ଯାଉଥିବାରୁ ତାଉପରେ କଂକ୍ରିଟ କେନାଲ ପୋଲ ନିର୍ମାଣ କରିଥିଲା । ଏହି କେନାଲ ପୂର୍ବ କେନାଲ ଠାରୁ ଦୁଇଫୁଟ ଉଚ୍ଚରେ ନିର୍ମାଣ ହୋଇଥିବାରୁ ପୋଖରୀ ର ପାଣି କେନାଲରେ ଯାଇପାରୁନଥିବାର ଅଭିଯୋଗ ହେଉଛି। ରେଲୱେ ଠିକସଂସ୍ଥା ନିଜେ କାମ ନ କରି ପେଟି କଣ୍ଟ୍ରାକ୍ଟର ଦ୍ଵାରା କାର୍ଯ୍ୟ କରାଉଥିବାରୁ ଏହି ସମସ୍ୟା ଦେଖାଦେଇଛି। ଏହି କେନାଲ କାର୍ଯ୍ୟ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ଚାଷୀ ମହଲରୁ ଦାବି ହେଉଛି।   ନଚେତ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ହେବା ସହ ନ୍ୟାୟଳୟର ଆଶ୍ରୟ ନେବେ ବୋଲି ଚାଷୀ ମହଲରୁ ମତ ପ୍ରକାଶ ପାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories