www.samajalive.in
Sunday, December 7, 2025
14.1 C
Bhubaneswar

ପଦକଠାରୁ ଗୋଟିଏ ବିଜୟ ଦୂରରେ ଲଭ୍‌ଲିନା

ପ୍ୟାରିସ୍‌: ଚଳିତ ଅଲିମ୍ପିକ୍‌ସରେ ବୁଧବାର ଦେଶକୁ ପଦକ ଆଶା ଦେଇଛନ୍ତି ମହିଳା ମୁଷ୍ଟିଯୋଦ୍ଧା ବା ବକ୍ସର ଲଭ୍‌ଲିନା ବର୍ଗୋହାଇଁ। ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ଜିତିଥିବା ଆସାମର ମୁଷ୍ଟିଯୋଦ୍ଧା ଲଭ୍‌ଲିନା କ୍ବାର୍ଟରଫାଇନାଲ ବା ଶେଷ ୮ ଜଣଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ମହିଳା ୭୫ କିଗ୍ରା ପ୍ରିକ୍ବାର୍ଟରଫାଇନାଲ ମୁକାବିଲାରେ ଲଭ୍‌ଲିନା ସର୍ବସମ୍ମତ ୫-୦ ନିଷ୍ପତ୍ତିରେ ନରୱେର ସୁନ୍ନିଭା ହଫ୍‌ଷ୍ଟାଡ୍‌ଙ୍କୁ ପରାସ୍ତ କରିଛନ୍ତି।

ମୁକାବିଲାରେ ଲଭ୍‌ଲିନା ବର୍ଗୋହାଇଁ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତାଙ୍କ ଉଚ୍ଚତାର ସଦୁପଯୋଗ କରି ଲଭ୍‌ଲିନା ନରୱେର ମୁଷ୍ଟିଯୋଦ୍ଧାଙ୍କ ଉପରେ ମୁଥ ମାରିଥିଲେ। ୫ ଜଣଯାକ ବିଚାରକ ସମସ୍ତ ୩ ରାଉଣ୍ଡରେ ଲଭ୍‌ଲିନାଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ। ସୂଚନାଯୋଗ୍ୟଟ୍ଟ ଲଭ୍‌ଲିନା ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍‌ସରେ ମହିଳା ୬୯ କିଗ୍ରା ବର୍ଗରେ କାଂସ୍ୟପଦକ ଜିତିଥିଲେ। ହେଲେ ଏହି ୩ ବର୍ଷରେ ଲଭ୍‌ଲିନା ଶରୀର ଓଜନ ବଢ଼ାଇ ୭୫ କିଗ୍ରା ବର୍ଗରେ ଭାଗ ନେଉଛନ୍ତି। ଏହା ତାଙ୍କ ପାଇଁ ନୂତନ ଆହ୍ବାନ ସୃଷ୍ଟିକରିଛି। ତଥାପି ସେ କ୍ରମାଗତ ୨ୟ ଅଲିମ୍ପିକ୍‌ସରେ ଭାରତକୁ ପଦକ ଜିତାଇବା ଲକ୍ଷ୍ୟରେ ରହିଛନ୍ତି। ହେଲେ ଏହା ତାଙ୍କ ପାଇଁ ସହଜ ହେବନାହିଁ। କାରଣ ରବିବାର କ୍ବାର୍ଟରଫାଇନାଲରେ ଲଭ୍‌ଲିନା ଟପ୍‌ ସିଡ୍‌ ଚୀନ୍‌ର ଲି କ୍ବିଆନ୍‌ଙ୍କ ମୁକାବିଲା କରିବେ। ଲି କ୍ବିଆନ୍‌ ଟୋକିଓ ଅଲିମ୍ପିକ୍‌ସରେ ରୌପ୍ୟ ଓ ୨୦୨୨ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଥିଲେ। ​ତେବେ ଲି କ୍ବିଆନ୍‌ଙ୍କ ବିପକ୍ଷରେ କ୍ବାର୍ଟରଫାଇନାଲ ମୁକାବିଲା ଜିତିଲେ ଲଭ୍‌ଲିନା ଦେଶ ପାଇଁ ପଦକ ନିଶ୍ଚିତ କରିବେ। ଲଭ୍‌ଲିନାଙ୍କ ସହ ଭାରତୀୟ ମହିଳା ବକ୍ସର ତଥା ବିଶ୍ବ ଚମ୍ପିଆନ୍ ନିଖତ ଜରିନ୍ ମଧ୍ୟ ପଦକ ଦୌଡ଼ରେ ରହିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories