ସମାଜ ପ୍ରଭାବ: ସରକାରୀ ବାସଭବନକୁ ଫେରିଲେ ବିଡିଓ

ହରଭଙ୍ଗା: ସରକାରୀ ବାସଭବନ ସୁବିଧା ଥାଇ ମଧ୍ୟ ହରଭଙ୍ଗା ବିଡିଓ ଶ୍ମିତା ରଥ ଦୀର୍ଘ ୬ମାସ ହେଲା ୩୫ କିଲୋମିଟର ଦୂର ବୌଦ୍ଧରେ ରହି ସରକାରୀ ଗାଡ଼ିରେ ଦୈନିକ ୪ଥର ଯିବାଆସିବା କରୁଥିବା ଶୀର୍ଷକ ଖବର ସମାଜରେ ଲଗାତାର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ କିଛିଦିନ ହେଲା ବିଡିଓ ଭଡା ଗାଡିରେ ବୌଦ୍ଧରୁ ଯିବା ଆସିବା ଚଳେଇଥିଲେ। ଶେଷରେ ନିଜର ଏୟାରମାର୍କ ସରକାରୀ ବାସଭବନକୁ ବିଡିଓ ପୂଜାପାଠ କରି ଫେରିଥିବା ଜଣାପଡ଼ିଛି। ସମାଜରେ ଖବର ପ୍ରକାଶ ପାଇବା ପରେ ବିଡିଓ ନିଜର ଭୁଲ ବୁଝିପାରିଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ିଛି।

prayash

ସୂଚନା ଥାଉ କି, ବିଡିଓ ଭଳି ଗ୍ରୁପ-ଏର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଏୟାରମାର୍କ ଭଳି ସରକାରୀ ବାସଭବନର ସୁବିଧା କରିଛନ୍ତି। ଯଦ୍ୱାରା ସରକାରୀ ବାବୁଜଣଙ୍କ ମୁଖ୍ୟାଳୟରେ ରହି ଜନସାଧାରଣଙ୍କୁ ଉତ୍ତମସେବା ଯୋଗାଇ ପାରିବେ। ମାତ୍ର ହରଭଙ୍ଗା ବିଡିଓ ସରକାରୀ ନିୟମ କାନୁୁନକୁ ଭୁଲିଯାଇ ଗତ ନଭେମ୍ବର ମାସରୁ ବୌଦ୍ଧରେ ରହି ସରକାରୀ ଗାଡିରେ ଯିବାଆସିବା କରି ଏହାର ଅପବ୍ୟବହାର ଏବଂ ସରକାରୀ ଅର୍ଥର ଅପଚୟ କରୁଥିଲେ।

kalyan agarbati

Comments are closed.