ରିଲିଜ୍‍ ହେଲା ‘ହାପି ହାର୍ଡି ଆଣ୍ଡ୍‍ ହୀର୍‍’ର ଟ୍ରେଲର: ଦ୍ୱୈତ ଭୂମିକାରେ ହିମେଶ

ମୁମ୍ବଇ: ହିମେଶ ରେଶମିୟାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ୍‍ ହୀର୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ୨ ମିନିଟ୍‍ର ଏହି ଟ୍ରେଲର ଦେଖି ଜଣାପଡ଼ୁଛି, ଏହା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ। ଟ୍ରେଲର ଆରମ୍ଭ ହେଉଛି ରାନୁ ମଣ୍ଡଳଙ୍କ କଣ୍ଠରୁ। କାହାଣୀ କିଛି ଏହିପରି,- ଜଣେ ଝିଅକୁ ହିମେଶ ପିଲାଦିନରୁ ଭଲ ପାଆନ୍ତି କିନ୍ତୁ ଦିନେ ସେ ଜାଣିବାକୁ ପାଉଛନ୍ତି, ସେ ଝିଅ ଆଉ କାହାକୁ ଭଲପାଉଛି। ଖାସ୍‍ କଥା ହେଉଛି ସେହି ଝିଅର ଦୁଇ ପ୍ରେମୀଙ୍କ ଚରିତ୍ରରେ ହିମେଶ ହିଁ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ହିମେଶ ଦ୍ୱୈତ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଝିଅ କାହାକୁ ମିଳୁଛି ଓ କେମିତି ମିଳୁଛି ତାହା ହିଁ ଚଳଚ୍ଚିତ୍ରର କାହାଣୀ।
ସୋନିଆ ମନ୍‍ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ଟ୍ରେଲରକୁ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ‘ହାପି ହାର୍ଡି ଆଣ୍ଡ୍‍ ହୀର୍‍’ ଚଳିତ ମାସ ୩୧ ତାରିଖରେ ମୁକ୍ତିଲାଭ କରିବ।

Comments are closed.