www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚମୁଖୀ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ ଉଦଯାପିତ

କଟକ: ଖାନନଗର ସ୍ଥିତ ଶ୍ରୀ ଶ୍ରୀ ପଞ୍ଚମୁଖୀ ମହାବୀର ମନ୍ଦିର ପରିଚାଳନା ସମିତି ଓ ପଞ୍ଚମୁଖୀ ମହାବୀର ଯୁବ ସେବା ସମିତି ମିଳିତ ଆନୁକୂଲ୍ୟରେ ମନ୍ଦିରର ୧୦୫ ତମ ବାର୍ଷିକ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ତିନି ଦିନ ଧରି ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ଶ୍ରୀରାମ ନବମୀ ସଂନ୍ଧ୍ୟାରେ  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ ଓ ଦ୍ବିତୀୟ ଦିନ ପଣା ସଂକ୍ରାନ୍ତି ଦିନ ମହାବୀରଙ୍କ ପୂଜାର୍ଚ୍ଚନା ସହ  ସକାଳେ ପଣାଭୋଗ ସହ ଦ୍ବିପ୍ରହରେ  ୧୦,୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ସଂନ୍ଧ୍ୟାରେ ଭଜନ ସମାରୋହ ହୋଇଥିଲା । ତୃତୀୟ ଦିନ ସଂନ୍ଧ୍ୟାରେ ତାରିଣୀ ଭଜନ ସଂନ୍ଧ୍ୟା ସହ ପୁଲୱାମା ଆକ୍ରମଣରେ ବୀର ସହିଦ ଯବାନ କଟକ ନିଆଳର ମନୋଜ ବେହେରା ଓ ଜଗତସିଂହପୁର ନାଉଗାଁର ପ୍ରସନ୍ନ ସାହୁଙ୍କ ପରିବାରକୁ ୧୦,୦୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା । ଏହାସହ ଖାନନଗର ୟଙ୍ଗ ଉତ୍କଳ କ୍ଲବର ପ୍ରଶିକ୍ଷକ ଶ୍ରୀ ଜନାର୍ଦନ ଜେନାଙ୍କୁ ୧୫,୦୦୦ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଟକର ଡ଼ି.ପ୍ରକାଶ ରାଓ ଓ ଏସସିବି ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କୁ ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ  ପଞ୍ଚମୁଖୀ ମନ୍ଦିର ପରିଚାଳନା ସମିତିର ସଭାପତି କ୍ଷେତ୍ରମୋହନ ସାହୁ, ସମ୍ପାଦକ ଗନ୍ଧର୍ବ ବେହେରା ଓ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ନେତାଜୀନଗର ଉନ୍ନୟନ ପରିଷଦର  ସମ୍ପାଦକ ରବିନ୍ଦ୍ର ମୁଦୁଲି, ସମାଜସେବୀ ଅଭିମନ୍ୟୁ ଦାସ୍,ସଞ୍ଜୀବ ଚିନ୍ନାରାଙ୍କ ସହ ପଞ୍ଚମୁଖୀ ଯୁବ ସେବା ସମିତିର ସଭାପତି ସୁନିଲ ମିଶ୍ର, ସମ୍ପାଦକ ବିଶ୍ବରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ମୋନଜ କୁମାର ସାହୁ, ସମ୍ବିତ୍ ସାହୁ, ସମିର୍ ମହାନ୍ତି, ବାଦଲ ସାହୁ, ବିକ୍ରମ ମହାନ୍ତି, ସୁରେଶ୍ ସାହୁ, ସତ୍ୟ ମହାନ୍ତି, ରଣଜିତ ସାହୁ, ଜଗଦୀଶ ସାହୁ, ଇଂ.ପ୍ରଦୀପ ବେହେରା, ପ୍ରତାପ କୁମାର ସାହୁ, ରାଜୀବ ନାଏକ ଓ ତ୍ରିନାଥ ସ୍ବାଇଁ ଉପସ୍ଥିତ ଥିଲେ । ଶେଷରେ ଚଳଚ୍ଚିତ୍ର ଜଗତର ସମ୍ପାଦକ ଆଦିକନ୍ଦ ରାଉତ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories