www.samajalive.in
Monday, December 15, 2025
16.1 C
Bhubaneswar

ହଂସିତା ଅଭିଲିପ୍ସାଙ୍କୁ ଜାମିନ୍‌

ଭୁବନେଶ୍ୱର : ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି । ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି । ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି । ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ୍‌ ଶୁଣାଣି ମଧ୍ୟ ଶେଷ ହୋଇଛି।
ସୂଚନାନୁଯାୟୀ, ନିଜକୁ ପତି-ପତ୍ନୀର ପରିଚୟ ଦେଇ ଚତୁରତାର ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରି ବନ୍ଧା ହୋଇଛନ୍ତି ବଣ୍ଟି-ବବଲି। ଏହାସହ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ (ଆଇଟି) ପକ୍ଷରୁ ଚଢାଉ କରାଯାଇଥିଲା। ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଘର, କାର୍ଯ୍ୟାଳୟରେ ଚଢାଉ କରାଯିବା ସହ ଆକାଉଣ୍ଟରେ ଟଙ୍କା ନେଣଦେଣ ଉପରେ ମଧ୍ୟ ଖୋଳତାଡ କରାଯାଉଥିଲା। ବିନା ଲୋନ୍‌ରେ ଦାମୀ କାର୍‌ କିଣିବାକୁ ନେଇ ବିବାଦରେ ପଡିଥିଲେ ହଂସିତା। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ହଂସିତା, ଅନୀଲ।

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories