www.samajalive.in
Sunday, December 7, 2025
23.1 C
Bhubaneswar

ହଜ ଯାତ୍ରା ବାତିଲ: ଆବେଦନକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ

ସାଉଦି ଆରବ ସରକାର ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହଜ୍ ଯାତ୍ରା ବାତିଲ ଘୋଷଣା କରିବା ପରେ ଭାରତୀୟ ହଜ୍ ଯାତ୍ରୀଙ୍କୁ ଆବେଦନ ରାଶି ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମେ ସାଉଦି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ | ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି କୌଣସି ଭାରତୀୟ ମୁସଲମାନଙ୍କୁ ହଜରେ ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

- Advertisement -

ଏନେଇ ମଙ୍ଗଳବାର ଟ୍ୱିଟ କରି କହିଛନ୍ତି, “କୋରୋନା ମହାମାରୀର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି | ଚଳିତଥର   କୌଣସି ଭାରତୀୟ ମୁସଲମାନ ହଜ ପାଇଁ ସାଉଦି ଗସ୍ତରେ ଯାଇପାରିବେ ନାହିଁ |

ବର୍ଷ ୨୦୨୦ ପାଇଁ ୨,୧୩,୦୦୦ ହଜ ଆବେଦନ କରାଯାଇଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କହିଛନ୍ତି | ଏଥିପାଇଁ ଆବେଦନକାରୀଙ୍କ ଦ୍ୱାରା ଜମା ହୋଇଥିବା ଅର୍ଥକୁ କୌଣସି ରିହାତି ବିନା ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |ଏ ବର୍ଷ ହଜ ପାଇଁ ୨୩୦୦ରୁ ଅଧିକ ମହିଳା ମହିଳା ମେହରାମ (ପୁରୁଷ ସମ୍ପର୍କୀୟ) ବିନା ଆବେଦନ କରିଥିଲେ | ସେମାନଙ୍କୁ କେବଳ ହଜ ୨୦୨୦ ପାଇଁ ଆବେଦନ ଆଧାରରେ ୨୦୨୧ ବର୍ଷରେ ହଜ ଯିବାକୁ ଅନୁମତି ଦିଆଯିବ | ଏହା ଚଳିତ ବର୍ଷର ହଜ ପାଇଁ ୨,୧୩, ୦୦୦ ଆବେଦନ କରାଯାଇଥିଲା |

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories