www.samajalive.in
Saturday, December 6, 2025
14.1 C
Bhubaneswar

ଖରାର କୁପ୍ରଭାବରୁ ରକ୍ଷାପାଇବା ପାଇଁ ଏହି ଉପାୟରେ ନିଅନ୍ତୁ କେଶର ଯତ୍ନ

ଆମେ ସଭିଏଁ ଏହା ଜାଣୁ ଯେ, ଖରାଦିନରେ ଆମ କେଶ ଶୁଷ୍କ ଓ ରୁଗଣ ଭଳି ଦେଖାଯାଏ। ଏହି ଦିନରେ ପ୍ରଦୂଷଣ, ସୂର୍ଯ୍ୟକିରଣ ଆଦି କାରଣରୁ କେଶ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଏପରି କ୍ଷେତ୍ରରେ ଆପଣଙ୍କୁ ନିଜ କେଶ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଖରାଦିନରେ ଝାଳ କାରଣରୁ କେଶ ଅଠା ଭଳି ଲାଗିଥାଏ। କେତୋଟି ଉପାୟ ଦ୍ୱାରା ଆମେ  କେଶର ଯତ୍ନ ନେଇପାରିବା। ଜାଣନ୍ତୁ ତାହା କ’ଣ….
କେଶକୁ ଭଲ ଭାବେ ସଫା କରନ୍ତୁ –
କେଶକୁ ସୁସ୍ଥ ରଖିବାକୁ ହେଲେ ଆପଣ ସପ୍ତାହକୁ ୩ଥର କେଶକୁ ସଫା କରନ୍ତୁ। ସଫା କରିବା ପରେ ସେଓର ରସରେ ଅଳ୍ପ ଥଣ୍ଡା ପାଣି ମିଶାନ୍ତୁ। ଏହାପରେ ଏହାକୁ ଲଗାନ୍ତୁ। କେଶରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉପକାରୀ , ଖରାର ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ।
ଫଳ ଓ ପନିପରିବା ଖାଆନ୍ତୁ –
ଏହି ଦିନରେ ଅଧିକ ପରିମାଣରେ ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ। ଏହା ଶରୀର ସହ କେଶକୁ ସୁସ୍ଥ ରଖିଥାଏ। କମଳା, ଅମୃତଭଣ୍ଡା, ଜାମୁକୋଳି ଆଦିରେ ଭିଟାମିନ ସି ଅଧିକ ପରିମାଣରେ ରହିଛି। ଯାହା କେଶକୁ ଉପଯୁକ୍ତ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। କେଶକୁ ଶୁଷ୍କ ହେବାକୁ ଦେଇନଥାଏ।
କେଶ ପାଇଁ ମାସ୍କ-
କେଶ ପାଇଁ ମାସ୍କର ନିଶ୍ଚୟ ବ୍ୟବହାର କରନ୍ତୁ। ଏହାକୁ କେଶକୁ ପୋଷଣ ପ୍ରଦାନ କରିବା ସହ କେଶର ଚମକ ବୃଦ୍ଧି କରିଥାଏ।
କେଶ ମୂଳରେ ସ୍କ୍ରବ କରନ୍ତୁ –
ସପ୍ତାହକୁ ୩ ରୁ ୪ଥର କେଶ ମୂଳରେ ସ୍କ୍ରବ କରନ୍ତ। ବଜାରରେ ମିଳୁଥିବା ନାମୀଦାମୀ କମ୍ପାନୀର ହରବଲ ସ୍କବ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ମୂଳ ପରିଷ୍କାର ରହିଥାଏ। କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories