www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ମାମଲା ରୁଜୁ

ପାଟନା : ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣିଥରେ ଏକ ବିବାଦରେ ଫଶିଛନ୍ତି। ବେଗୁସରାଇ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଗିରିରାଜ ସିଂହଙ୍କ ବିରୋଧରେ ଶୁକ୍ରବାର ବିହାରର ଏକ କୋର୍ଟରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ଉପରେ ଜାତିଗତ ଆକ୍ଷେପ କରିବା ଅଭିଯୋଗରେ ଗିରିରାଜଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ଅଭିଯୋଗରେ ଦର୍ଶାଯାଇଛି ଯେ ଗିରିରାଜ ସ୍ଥାନୀୟ ବିଧାୟକ ଅମିତା ଭୂଷଣଙ୍କ ବିରୋଧରେ ଜାତିଗତ ମନ୍ତବ୍ୟ ଦେଇଥିଲେ। ଗିରିରାଜ ସିଂହଙ୍କ ସହ ସ୍ଥାନୀୟ ମଠର ମହନ୍ତ ଶଙ୍କର ଦାସଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ନେତା ରାଜୀବ କୁମାରଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଛି। ସିଜିଏମ କୋର୍ଟରେ ଏହି ମାମଲା ରୁଜୁ ହୋଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories