www.samajalive.in
Monday, December 8, 2025
13.1 C
Bhubaneswar

କମ୍‍ ବୟସରେ କେଶର ରଙ୍ଗ ଧଳା ହେଉଛି କି ? ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବୟସ ଅଧିକ ହେଲେ କେଶର ରଙ୍ଗ ଧୀରେ ଧୀରେ ଧବଳ ହୋଇଥାଏ। ମାତ୍ର ବର୍ତ୍ତମାନ ସମୟରେ ଏହା ଅଧିକ ବୟସ ହେଲେ ନୁହେଁ ବରଂ କମ ବୟସରେ ମଧ୍ୟ କେଶର ରଙ୍ଗ ଧଳା ହୋଇ ଯାଉଛି । ଏହି ସମସ୍ୟା ଆରମ୍ଭ ହେବା ମାତ୍ରେ ପ୍ରଥମେ ସଭିଁଏ ଧଳା ରଙ୍ଗର କେଶକୁ ଗୋଟେ ଗୋଟେ କାଢି ଥାଆନ୍ତି । ବହୁ ଲୋକେ ବଜାରରେ ମିଳୁଥିବା କୃତ୍ରିମ କଳା ରଙ୍ଗକୁ ଲଗାଇ କେଶକୁ କଳା କରିଥାଆନ୍ତି । ମାତ୍ର ଏହି ସମସ୍ତ ଉପାୟ ଦ୍ୱାରା କେଶର ରଙ୍ଗ କଳା ହେବା ବ୍ୟତୀତ କେଶର ଅବସ୍ଥା ଖରାପ ହୋଇଯାଏ । ପ୍ରାକୃତିକ ଉପାୟରେ କେଶର ରଙ୍ଗକୁ କଳା କରିବାର ସହଜ ଉପାୟ ବିଷୟରେ ଜାଣନ୍ତୁ ….
କେଶ ପାଇଁ ଆଳୁର ଚୋପା ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ପ୍ରାକୃତିକ ରଙ୍ଗର କାର୍ଯ୍ୟ କରିଥାଏ।। ଆଳୁରେ ଭିଟାମିନ ଏ, ବି, ସି ରହିଥାଏ। ଯାହା ଦ୍ୱାରା ଏହା କେଶରେ ରୂପି ହେବାକୁ ଦେଇନଥାଏ। ଏଥିରେ ଆଇରନ, କ୍ୟାଲସିୟମ, ଜିଙ୍କ, ପୋଟାସିୟମ ଆଦି ରହିଥିବାରୁ ଏହା କେଶର ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

କେଶ ରଙ୍ଗ କଳା କରିବା ପାଇଁ ଆଳୁରୁ ମାସ୍‍ ପ୍ରସ୍ତୁତ କରିବାର ପ୍ରଣାଳୀ ….
ଆଳୁକୁ ଭଲ ଭାବେ ଧୋଇ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଏକ କପ ପାଣିରେ ଏହି ଚୋପାକୁ ପକାଇ ଭଲ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ୧୫ ମିନିଟ୍ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଆଣି ଏକ ପାତ୍ର ମଧ୍ୟକୁ କାଢି  ଥଣ୍ଡା କରନ୍ତୁ ଓ ପରେ ଏଥିରେ କିଛି ତେଲ ମିଶାନ୍ତୁ।

- Advertisement -

ଏହାକୁ ଲଗାଇବାର ପ୍ରଣାଳୀ….
କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। କେଶ ଅଳ୍ପ ଓଦା ଥିବା ଅବସ୍ଥାରେ ଏହାକୁ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।
ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories