www.samajalive.in
Sunday, December 7, 2025
26.1 C
Bhubaneswar

ହାଫିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋକଦେଖାଣିଆ

ନୂଆଦିଲ୍ଲୀ,୪ା୭: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜମାତ ଉଦ୍ ଦାୱା (ଜେଡିୟୁ) ମୁଖ୍ୟ ହାଫିଜ ସଇଦ ବିରୋଧରେ ପାକିସ୍ତାନ ସରକାର ମାମଲା ରୁଜୁ କରିଛନ୍ତି। ମାମଲା ଆଧାରରେ ହାଫିଜ ଓ ତାର ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପାକିସ୍ତାନ ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ଦମନ ବିଭାଗ (ସିଟିବି) କହିଛି। ​‌େ​‌ତବେ ହାଫିଜ ବିରୋଧରେ ଏପରି ମାମଲା ରୁଜୁକୁ ଭାରତ ଲୋକଦେଖାଣିଆ ବୋଲି କହିଛି। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପାକିସ୍ତାନର ଏପରି କାର୍ଯ୍ୟାନୁଷ୍ଠାନ ଲୋକ ଦେଖାଣିଆ। ଭାରତ ଓ ବିଶ୍ବ ସମୁଦାୟଙ୍କୁ ପ୍ରଭାବିତ କରିବା ଲାଗି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି; ମାତ୍ର ଭାରତ ଏଥିରେ ପ୍ରଭାବିତ ହେବାର ନାହିଁ। ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ବିରୋଧରେ ପାକିସ୍ତାନର ଆଭିମୁଖ୍ୟ ବିଶ୍ବବାସୀଙ୍କୁ ବେଶ ଅବଗତ। ତେଣୁ ଏପରି ଲୋକ ଦେଖାଣିଆ କାର୍ଯ୍ୟରେ ଭାରତ ପ୍ରଭାବିତ ହେବାର ନାହିଁ।
ବୁଧବାର ପାକିସ୍ତାନ ଆତଙ୍କବାଦ ଦମନ ବିଭାଗ ହାଫିଜ ସଇଦ, ତାର ୧୨ ସହଯୋଗୀ ଓ ୪ଟି ସଂଗଠନର ବିରୋଧରେ ମାମଲା ରୁଜୁ କରିଛି। ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଥିବାବେଳେ ଇସଲାମାବାଦ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦ ଦମନ କ୍ଷେତ୍ରରେ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ଦ୍ବାରା ଧାର୍ଯ୍ୟ ଦାୟିତ୍ବକୁ ତୁଲାଇବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଇମ୍ରାନ ଖାଁଙ୍କ ନେତୃତ୍ବ ସରକାର ଚାପରେ ରହିଛି।
ପାକିସ୍ତାନର ଆତଙ୍କବାଦ ଦମନ କାର୍ଯ୍ୟାନୁଷ୍ଠାନ ଉପରେ ଏଫଏଟିଏଫ ଅକ୍ଟୋବର ମାସରେ ଆବଶ୍ୟକ ଅନୁଧ୍ୟାନ କରିବ। ପ୍ୟାରିସସ୍ଥିତ ବିଶ୍ବ ସଂଗଠନ ଏଫଏଟିଏଫ୍ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣକୁ ବନ୍ଦ କରିବା ଲାଗି କାର୍ଯ୍ୟ କରୁଛି। ତେବେ ପାକିସ୍ତାନ ସରକାର ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣରେ ସହାୟତା କରୁଥିବା ସଂଗଠନ ଜାଣିବା ପରେ ଇସଲାମାବାଦକୁ କଳାତାଲିକାଭୁକ୍ତ କରିଛି। ଏଫଏଟିଏଫ କଳାତାଲିକାଭୁକ୍ତ ହେବା ଦ୍ବାରା ଇସଲାମାବାଦ ଆନ୍ତର୍ଜାତିକ ସମୁଦାୟଠାରୁ ଆର୍ଥିକ କଟକଣାର ସମ୍ମୁଖୀନ ହେଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories