ଆମେରିକାର ଏଚ୍‌-୧ବି ଭିସା ପ୍ରଦାନ ୪୩% ଖସିଲା

0

ୱାଶିଂଟନ : ଭାରତର ୭ଟି ଅଗ୍ରଣୀ ଆଇଟି କମ୍ପାନୀଙ୍କୁ ୨୦୧୫ ତୁଳନାରେ ୨୦୧୭ରେ କମ୍‌ ଏଚ୍‌-୧ବି ଭିସା ମିଳିଛି । ଆମେରିକାରେ ଏଚ୍‌-୧ବି ଭିସା ପ୍ରଦାନ ୪୩% ହ୍ରାସ ପାଇଛି । ଆମେରିକାର ଏକ ଗବେଷଣା ସଂସ୍ଥାନ ଭିସା ପ୍ରଦାନରେ ହ୍ରାସର କାରଣ କ୍ଲାଉଡ଼ କମ୍ପ୍ୟଟିଙ୍ଗ ଏବଂ କ୍ରତୃିମ ମେଧା (ଏଆଇ) ବୋଲି ଦର୍ଶାଇଛି । ୱାଶିଂଟନସ୍ଥିନ ନ୍ୟାସନାଲ ପାଉଣ୍ଡେସନ ଅଫ ଆମେରିକାନ ପଲିସି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୭ରେ ଭାରତୀୟ କମ୍ପାନୀଙ୍କୁ ୮,୪୬୮ ଏଚ୍‌-୧ବି ଭିସା ପ୍ରଦାନ କରାଯାଇଛି । ଏହା ଆମେରିକାର ୧୬ କୋଟି ଶ୍ରମବଳର ମାତ୍ର ୦.୦୦୦୬% ଅଟେ । ଭାରତର ୭ଟି ଅଗ୍ରଣୀ ଆଇଟି କମ୍ପାନୀଙ୍କୁ ୨୦୧୫ରେ ୧୪,୭୯୨ଟି ଏଚ୍‌-୧ବି ଭିସା ପ୍ରଦାନ କରାଯାଇଥିବାବେଳେ ୨୦୧୭ରେ ମାତ୍ର ୮,୪୬୮ଟି ନୂଆ ଏଚ୍‌-୧ବି ଭିସା ପ୍ରଦାନ କରାଯାଇଛି । ଅର୍ଥାତ ୨୦୧୫ ତୁଳନାରେ ୨୦୧୭ରେ ୪୩% କମ୍‌ ଭିସା ପ୍ରଦାନ କରାଯାଇଛି। ଭାରତର ଆଇଟି କମ୍ପାନୀ ଟାଟାର ଟିସିଏସ୍‌କୁ ୨୦୧୫ରେ ୪,୬୭୪ ଏଚ୍‌-୧ବି ଭିସା ମଞ୍ଜୁରୀ ମିଳିଥିଲାବେଳେ ୨୦୧୭ରେ ମାତ୍ର ୨,୩୧୨ଟି ଭିସା ମିଳିଛି । ସେହିପରି ଇନଫୋସିସ୍‌କୁ ୨୦୧୫ରେ ୨,୮୩୦ଟି ଭିସା ପ୍ରଦାନ କରାଯାଇଥିବାବେଳେ ୨୦୧୭ରେ ଏହା ହ୍ରାସ ପାଇ ୧,୨୧୮ରେ ପହଞ୍ଚିଛି । ୱିପ୍ରୋକୁ ୨୦୧୫ରେ ୩,୦୭୯ ଭିସା ପ୍ରଦାନ କରାଯାଇଥିବାବେଳେ ୨୦୧୭ରେ ମାତ୍ର ୧,୨୧୦ଟି ଏଚ୍‌-୧ବି ଭିସା ପ୍ରଦାନ କରାଯାଇଛି ।

Leave A Reply