www.samajalive.in
Saturday, December 6, 2025
23.1 C
Bhubaneswar

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପି ମସ୍‌ଜିଦ ଦେଲା ୧୭୦୦ ବର୍ଗଫୁଟ ଜମି

ବାରାଣସୀ : ସ୍ଥାନୀୟ କାଶୀ ବିଶ୍ୱନାଥ ମନ୍ଦିର ଓ ଏହାର ସଂଲଗ୍ନ ଜ୍ଞାନବାପି ମସଜିଦକୁ ନେଇ ମାମଲା ବିଚାରାଧୀନ ଥିବାବେଳେ ମସଜିଦ କର୍ତ୍ତୃପକ୍ଷ ସୁନ୍ନି କେନ୍ଦ୍ରୀୟ ୱାକଫ୍ ବୋର୍ଡ ନିଷ୍ପତ୍ତିକ୍ରମେ ମନ୍ଦିର ପ୍ରଶାସନକୁ ଜ୍ଞାନବାପି ମସଜିଦ ଅଧୀନରେ ଥିବା ଏଥି ସଂଲଗ୍ନ ୧୭୦୦ ବର୍ଗଫୁଟ ଜମି ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦର ଯୁଗ୍ମ ସଚିବ ଏସ୍‌.ଏମ୍‌ ୟାସିନ କହିଛନ୍ତି ଯେ ମସଜିଦ ପରିସରରେ ତିନିଟି ଜମି ରହିଛି। ଏଥିମଧ୍ୟରୁ ଗୋଟିଏ ଜମି ପୂର୍ବରୁ ସୁନ୍ନି ୱାକଫ ବୋର୍ଡକୁ ଦିଆଯାଇଥିଲା; ଯେଉଁଠି ଏବେ ନିୟନ୍ତ୍ରଣ କକ୍ଷ ରହିଛି। ଏବେ ଏହାକୁ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ପ୍ରଦାନ କରାଯାଇଛି। ସମ୍ପତ୍ତି ହସ୍ତାନ୍ତର ଆଇନ (ଏକ୍ସଚେଞ୍ଜ୍ ଅଫ୍ ପ୍ରପର୍ଟି ଆଇନ)ର ଧାରା-୩୧ ଆଧାରରେ ଏହି ଜମି ପ୍ରଦାନ କରାଯାଇଛି। ଏଥିସହିତ ମନ୍ଦିର ଓ ମସଜିଦ ବିବାଦର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହାଦ୍ବାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ବୃଦ୍ଧିପାଇବ ବୋଲି ସେ କହିଛନ୍ତି। ଅପରପକ୍ଷରେ ମନ୍ଦିର ପରିଚାଳନା ଟ୍ରଷ୍ଟ ଏହାର ପ୍ରତିଦାନରେ ମସ୍‌ଜିଦକୁ ଅନ୍ୟତ୍ର ୧୦୦୦ ବର୍ଗଫୁଟ ଜମି ପ୍ରଦାନ କରାଯାଇଛି। ଏହା ବିବାଦୀୟ ଅଞ୍ଚଳ ବାହାରେ ବୋଲି କୁହାଯାଇଛି। ଜୁଲାଇ ୮ରେ ଏହାର ପଞ୍ଜୀକରଣ କରାଯାଇଛି। ଏହି ଜମି ଅଦଳବଦଳ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ‘କାଶୀ ବିଶ୍ବନାଥ କରିଡର’ ପ୍ରକଳ୍ପ କାର୍ଯ୍ୟକାରିତାରେ ସହାୟ ହେବ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲରେ ସ୍ଥାନୀୟ ଅଦାଲତ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଉଭୟ ମସ୍‌ଜିଦ ଓ ମନ୍ଦିର ଜମିର ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories