ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବାଙ୍କୀ :  ବାଙ୍କୀ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ପଥୁରୀପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ସଙ୍କୁଳ ଅନ୍ତର୍ଗତ ବାଙ୍କୀ, ତୁଳସୀପୁର, ପଥୁରୀପଡା, ବ୍ରହ୍ମପୁରା ଓ ନିସ୍ତିପୁର ଶିଶୁ ମନ୍ଦିରର ୧୩୦ଜଣ ବିଦ୍ୟାର୍ଥୀ ମେଳାରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ, ବୈଦିକ ଗଣିତ ଓ ସଂସ୍କୃତିଜ୍ଞାନ, ପ୍ରଶ୍ନମଞ୍ଚ, ପତ୍ରବାଚନ, ପ୍ରୟୋଗ, ଗଳ୍ପକଥନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବ ସମ୍ଭାଗ ସଭାପତି କୂଳମଣି ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜ୍ଞାନ ବିଜ୍ଞାନମେଳାକୁ ଉଦଘାଟନ କରିଥିଲେ । ବାଙ୍କୀ ସଙ୍କୁଳ ସଂଯୋଜକ ନରେଶ କୁମାର ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଥୁରୀପଡା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରତ୍ନାକର ପଣ୍ଡା ଅତିଥି ପରିଚୟ, ସଙ୍କୁଳ ପ୍ରମୁଖ ଧରଣୀଧର ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

kalyan agarbati

Comments are closed.