www.samajalive.in
Sunday, December 7, 2025
26.1 C
Bhubaneswar

କଖଡି-ବାଉଁଶଦଣ୍ଡା ରାସ୍ତା ହେବ ୨ ଥାକିଆ

ଗୁରୁଡିଝାଟିଆ : କଖଡି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ବ୍ରହ୍ମପୁର, ଅନନ୍ତପୁର ଦେଇ ବାଉଁଶଦଣ୍ଡା ଛକରେ ସଂଯୋଗ ହୋଇଥିବା ରାସ୍ତା ହେବ ୨ ଥାକିଆ। ଏହି ୬ କିମି ରାସ୍ତା ପାଇଁ ବ୍ୟୟ ଅଟ୍ଟକଳ ରହିଛି ୧୦କୋଟି ୫୨ ଲକ୍ଷ ୨୮ ହଜାର ୨୬୪ ଟଙ୍କା । ବାଉଁଶଦଣ୍ଡା ଠାରେ ରାସ୍ତା ଓ କୋଠାବାଡି ବିଭାଗ ଦ୍ୱାରା ଆୟୋଜିତ ଭିତ୍ତି ପ୍ରସ୍ତର ଉତ୍ସବରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କହିଥିଲେ, ନଦୀକୂଳ ଅଞ୍ଚଳ ପାଇଁ ଉକ୍ତ ରାସ୍ତାଟି ଖୁଣ୍ଟୁଣୀରୁ କଖଡି- ବାଉଁଶଦଣ୍ଡା ଦେଇ ଭୁବନେଶ୍ୱରକୁ ସଂଯୋଗ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଜୀବନଧାରଣର ଅନ୍ୟତମ ଜୀବନରେଖା ଅଟେ।
ଏହି ରାସ୍ତାଦେଇ ଶିଳ୍ପ ପ୍ରତିଷ୍ଠାନକୁ ଭାରୀଯାନ ଯାତାୟାତ କରୁଥିବା ବେଳେ କୃଷକମାନେ ଉତ୍ପାଦିତ ପନିପରିବା ଆଣି କଖଡି ହାଟରେ ବିକ୍ରି କରିବା ସହିତ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଡିସେମ୍ବର ୨୦୨୪ରେ ରାସ୍ତାଟି ସଂପୂର୍ଣ୍ଣ ହେବା ପାଇଁ କାର୍ଯ୍ୟାଦେଶରେ ଉଲ୍ଲେଖ ରହିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ପଞ୍ଚାୟତ ସମିତି ଅଧ୍ୟକ୍ଷ ମିନତୀ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷା ସୁବାସ ଚନ୍ଦ୍ର ମଲ୍ଲିକ, କଟକିଆସାହି ସରପଞ୍ଚ ମାନସୀ ରାଉତ, ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ, କଖଡି ସରପଞ୍ଚ କଳ୍ପନା ଛତାର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories