www.samajalive.in
Monday, December 15, 2025
15.1 C
Bhubaneswar

ଅନାଥ ନାବାଳିକା ମାଆର ଶୁଦ୍ଧିକ୍ରିୟା ପାଇଁ ଆଠଗଡ ବିକାଶ ମଞ୍ଚର ସହଯୋଗ

ଗୁରୁଡିଝାଟିଆ: ଅନାଥ ହୋଇ ପଡିଥିବା ନାବାଳିକାଦ୍ୱୟର ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ଆଠଗଡ ବିକାଶ ମଞ୍ଚ ବଢାଇଛି ସହଯୋଗର ହାତ। ମାଲଭାଇଙ୍କ ପାଇଁ ଧୋତି, ସାଇଭାଇଙ୍କ ପାଇଁ ଦଶାହ ଓ ଏକାଦଶାହ କର୍ମ ପାଇଁ ଖାଦ୍ୟ ସାମଗ୍ରୀ ଓ ଦୁଇ ଅନାଥ ଝିଅଙ୍କୁ ନୂତନବସ୍ତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଖୁଣ୍ଟୁଣୀ ପଞ୍ଚାୟତ ରମ୍ପେଇ ମୌଜାର କୋଳିଭୋଗରା ଗାଁ ଅନୁସୂଚିତଜାତି ସାହିର ରମେଶ ବେହେରା ରୋଗଗ୍ରସ୍ତହୋଇ ଇହଲୀଳା ସମ୍ବରଣ କରିଥିଲା। ବିଧବା ପତ୍ନୀ ପ୍ରତିମା ଦୁଇନାବାଳିକା ରଶ୍ମିତା ଓ ସୁନିତାଙ୍କୁ ମୂଲଲାଗି ପେଟରେ ଦାନା ଦେବା ସହିତ ୫ମ ଓ ୮ମଶ୍ରେଣୀରେ ପାଠ ବି ପଢାଉଥିଲେ। ହେଲେ ଗତ ୩ଦିନ ତଳେ ଅସୁସ୍ଥତା ଅନୁଭବ କରିବା ସହିତ ପ୍ରତିମାର ମଧ୍ୟ ବିୟୋଗ ଘଟିଥିଲା। ଫଳରେ ଦୁଇ ନାବାଳିକା ବାପମାଆ ଛେଉଣ୍ଡ ହୋଇ ଅସହାୟ ହୋଇପଡିଥିଲେ। ପାଖରେ କାଣିକଉଡିଟିଏ ନଥିବାରୁ ନିଜେ ତ ଖାଇବା ପାଇଁ ପାଉନାହାନ୍ତି। ମାଆର ଶୁଦ୍ଧିକ୍ରିୟା କରନ୍ତେ ବା କେମିତି?

ଏଭଳି ଦୁସ୍ଥିତିରେ ଆଠଗଡ ବିକାଶମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ପହଞ୍ଚିଥିଲେ ଦୁଇନାବାଳିକା ଙ୍କ ଘରେ।ଦୁଃଖର ବାଦଲ ଛିଡି ପଡିଥିବା ଦୁଇନାବାଳିକା ଝାଉଁଳି ପଡିଥିଲେ। ସମାଜସେବୀ ଶ୍ରୀ ବସ୍ତିଆ ସେମାନଙ୍କୁ ଆଶ୍ୱାସନା ଦେବା ସହିତ ସାହିଭାଇଙ୍କୁ ଡାକିଥିଲେ। ଦଶାହ ଓ ଏକାଦଶାହ କର୍ମ ଓ ମାଲଭାଇଙ୍କ ନିମନ୍ତେ ଆବଶ୍ୟକ ନୂଆ ଧୋତି,ଖାଦ୍ୟ ସାମଗ୍ରୀ ପ୍ରଭୃତି ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜି ପ୍ରତିଶୃତି ପୂରଣ କରିବା ପାଇଁ ଶ୍ରୀ ବସ୍ତିଆ ଦଶାହ ଓ ଏକାଦଶାହ ଶୁଦ୍ଧିକ୍ରିୟା କାର୍ଯ୍ୟ ନିମନ୍ତେ ସାହିଭାଇଙ୍କ ଖାଦ୍ୟସାମଗ୍ରୀ, ମାଲଭାଇଙ୍କ ପାଇଁ ନୂତନ ଧୋତି ଓ ଅନାଥ ଦୁଇନାବାଳିକାଙ୍କ ପାଇଁ ନୂତନ ପୋଷାକ ପ୍ରଦାନ କରିଛନ୍ତି। ଏଥିସହିତ ଦୁଇ ଅନାଥ ଭଉଣୀ ପାଠ ପଢିବା ପାଇଁ ଆବଶ୍ୟକ କଲେ ସରକାରୀ ବିଦ୍ୟାଳୟ କିମ୍ବା ଭୂବନେଶ୍ୱରର ପ୍ରତିଷ୍ଠିତ ବେସରକାରୀ ଶିକ୍ଷାନୁଷ୍ଠାନରେ ମାଗଣାରେ ଶିକ୍ଷାବ୍ୟବସ୍ଥା କରାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଆଠଗଡ ବିକାଶମଞ୍ଚର ଏଭଳି କାର୍ଯ୍ୟ ସାଧାରଣ ଜନତାଙ୍କ ହୃଦୟକୁ ଦୋହଲାଇ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories