www.samajalive.in
Sunday, December 14, 2025
16.1 C
Bhubaneswar

ଧବଳେଶ୍ୱର ଝୁଲାସେତୁର ମରାମତି ପାଇଁ ଆଶା ଉଜ୍ଜୀବିତ, ମରାମତି ପାଇଁ ବ୍ୟୟ ହେବ ୨୯ଲକ୍ଷ ୪୪ହଜାର ଟଙ୍କା

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର କୁ ସଂଯୋଗ କରିଥିଲା ଝୁଲାସେତୁ। ଯାହା ଫଳରେ କି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୀଠକୁ ପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ଆସୁଥିଲେ। ସେମାନଙ୍କ ପାଇଁ ଝୁଲାସେତୁ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। ହେଲେ ଗତ ୨ବର୍ଷ ତଳେ ହଠାତ୍ ଯାନ୍ତ୍ରିକ ତୃଟି ପାଇଁ ଏହା ଗମନାଗମନ ଦୃଷ୍ଟିରୁ ନିରାପଦ ନୁହେଁ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଶେଷଜ୍ଞ ଓ ଯନ୍ତ୍ରୀ ଘୋଷଣା କରିବା ଫଳରେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ଝୁଲାସେତୁକୁ ବାରଣ କରିଥିଲେ। ଏପରିକି ନିଷିଦ୍ଧାଦେଶ ଜାରି କରିଥିଲେ। ଯାହାଫଳରେ କି ଝୁଲାସେତୁର ଭାଗ୍ୟ ଆକାଶରେ କଳା ବାଦଲ ଦେଖାଦେଇଥିଲା। ସତେଅବା ଝୁଲାସେତୁ ଏକ ଇତିହାସ ପାଲଟିଯିବ ଏହା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମନରେ ଭାବନା ସୃଷ୍ଟି କରିଥିଲା।

ଧବଳେଶ୍ୱର ପୂଜକ ସମିତି, ଧବଳେଶ୍ୱର ସେବା ସଂସ୍ଥା, ଆଠଗଡ଼ ବିକାଶ ପରିଷଦ, ଆଠଗଡ଼ ବିକାଶ ମଞ୍ଚ ଆଦି ବହୁ ସାମାଜିକ ସଂଗଠନ ଝୁଲାସେତୁର ମରାମତି ସହିତ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜଣାଇବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ସେତୁର ପୁନଃ କାର୍ଯ୍ୟକ୍ଷମ ଓ ମରାମତି ପାଇଁ ୨୯ଲକ୍ଷ ୪୪ହଜାର ଟଙ୍କା ବ୍ୟୟ ବରାଦ କରି କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିବ୍ୟକ୍ତ କରାଯାଇଛି।

- Advertisement -

ପ୍ରକାଶଯୋଗ୍ୟ ୨୦୦୬ ଅକ୍ଟୋବର ୩୦ ତାରିଖ ଦିନ ପ୍ରଥମକରି ଶ୍ରଦ୍ଧାଳୁମାନଙ୍କୁ ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିବା ନିମନ୍ତେ ମହାନଦୀ ଉପରେ ମଞ୍ଚେଶ୍ୱର ଗ୍ରାମପାଶ୍ୱର୍ରୁ ନିର୍ମିତ ଝୁଲାସେତୁକୁ ବିଜେଡି ଓ ବିଜେପି ମିଳିତ ସରକାର ସମୟରେ ତତ୍କାଳୀନ ଗ୍ରାମ୍ୟଉନ୍ନୟନ ,ଶିଳ୍ପ ଓ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ଅତିଥି ଭାବେ ଯୋଗଦେଇଥିଲେ। ଝୁଲାସେତୁଟି ନିର୍ମାଣ ପାଇଁ ୩୫୮.୩୯ ଲକ୍ଷ ଖର୍ଚ୍ଚ ହୋଇଥିଲା।

ଗ୍ରାମ୍ୟ ଉନ୍ନୟନ ବିଭାଗ ନାର୍ବାଡ ସହାୟତାରେ ନିର୍ମାଣ କରାଯାଇଥିଲା। ଏହାକୁ ବି ଇଞ୍ଜିନିୟର ଓ ବିଲଡର୍ସ କାର୍ଯ୍ୟ ସଂପାଦନା କରିଥିଲେ। ଏହାର ଲମ୍ବ ୨୫୪ମିଟର ହୋଇଥିବା ବେେଳେ ଓସାର ୨ ମିଟର ରହିଛି। ଏବେ ଏହା ଗମନାଗମନ ଅନୁପଯୋଗୀ ହୋଇ ପଡ଼ିରହିଥିବା ବେଳେ ଇତିହାସ ପାଲଟିଯିବା ଅବସ୍ଥାକୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଅର୍ଥ ଅଟକଳ କରି ମରାମତି ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ ପ୍ରଦାନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories