www.samajalive.in
Monday, December 15, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦକ୍ଷେପ: ତୁଳସୀ ପୁଣି ପଢିଲା ପାଠ, ଦେବ ମାଟ୍ରିକ ପରୀକ୍ଷା

ଗୁରୁଡିଝାଟିଆ: ଅଧାରୁ ପାଠ ଛାଡି ଗାଈ ଜଗୁଥିବା ତୁଳସୀ ହାସଁଦାର ଆଶା ଆଶାରେ ନରହି ଫଳବତୀ ହୋଇଛି। ଗାଈଚରାଇବା ଛାଡି ଆଠଗଡ ମୁକ୍ତ ବିଦ୍ୟାଳୟରେ ଲେଖାଇଛି ନାମ, ଦେବ ମାଟ୍ରିକ ପରୀକ୍ଷା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଆଠଗଡ ବ୍ଲକ ଶିକ୍ଷାଧିକାରୀ ପାଠ ପଢିବା ପାଇଁ ତୁଳସୀଙ୍କ ନାମ ଲେଖାଇଛନ୍ତି। ତୁଳସୀ ମୁହଁରେ ଖେଳିଯାଇଛି ହସର ଫଳଗୁ। ଆଉ ସିଏ ହାତରେ ବାଡି ଓ କଟୁରୀ ଧରି ଜଙ୍ଗଲକୁ ଯିବ ନାହିଁ ଗାଈ ଚରାଇ। ସିଏ ପଢିବ, ବଡହେବ ଓ ବାପାମାଆଙ୍କ ଟେକ ରଖିବ। ଜନଜାତି ଅଧ୍ୟୁଷିତ ଗୋବରା ପଞ୍ଚାୟତର ଓର୍ଦା ଗାଁରେ ତୁଳସୀର ଘର। ବାପା ରଘୁ ହାସଁଦା ଓ ମାଆ ଜାନା ହାସଁଦାଙ୍କ ୫ଟି ସନ୍ତାନ।

ମାଆବାପା ଜଙ୍ଗଲକୁ ଯାଇ କାଠପତ୍ର ସଂଗ୍ରହ କରି ୫ଟି ପିଲାଙ୍କ ମୁହଁରେ ଆହାର ଦିଅନ୍ତି। ଏସବୁ ଭିତରେ ତୁଳସୀ ଭଲ ପଢୁଥିବାରୁ ବାପା ରଘୁ ଆଖିରେ ଆଖିଏ ସ୍ୱପ୍ନ ଥିଲା। ସେଥିପାଇଁତ ଝିଅକୁ ଭଲ ଓ ବଡ ମଣିଷ କରି ଢେଙ୍କାନାଳ ଜିଲା ପାତ୍ରଭାଗ ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବେଶ ଭଲ ବି ପଢୁଥିଲା। ହେଲେ ବାପାର ଶରୀର ଅସୁସ୍ଥ ପାଇଁ ମାଆର ଦୁଃଖ ସହି ନପାରି ଅନ୍ୟ ଭାଇଭଉଣୀଙ୍କୁ ଖାଇବାକୁ ଦେବା ନିମନ୍ତେ ମାଆର ସହାୟତା ପାଇଁ ୮ମ ଶ୍ରେଣୀ ପାସ କରିବା ପରେ ପାଠଛାଡି ପଳାଇଆସିଥିଲା। ଆର୍ଥିକ ଅନଟନ ପାଇଁ ଆଉ ପାଠ ପଢିପାରିଲା ନାର୍ହିଁ। ତେଣୁ ବାପାଙ୍କ ସେବା ସହିତ ମାଆ ଜଙ୍ଗଲକୁ କାଠ ପାଇଁ ଗଲାବେଳେ ତୁଳସୀ ଗାଈ ନେଇ ଜଙ୍ଗଲକୁ ଯାଇଥାଏ। ହେଲେ ସେ ଭୁଲିନଥାଏ ହାତରେ ଏକ ବହିଧରି ଯିବା ପାଇଁ। ଗାଈ ଚରାଇବା ସମୟରେ ପାଠ୍ୟପୁସ୍ତକ ପଢିଥାଏ। ଏଥିରୁ ତୁଳସୀର ଶିକ୍ଷା ପ୍ରତି ଆଗ୍ରହ ବେଶ ବାରିହୋଇପଡେ। ହେଲେ ଅର୍ଥ ବାଧକ ସାଜେ। ସେଥିପାଇଁ ମନରେ ସାହାସ ଓ ଉତ୍ସାହ ଭରି ରହିଥିଲା। ତୁଳସୀର ଏଭଳି ଜୀବନଚିତ୍ର ସଂପର୍କରେ ୨୦୨୨ ଅକକ୍ଟୋବର ମାସରେ ଗଣମାଧ୍ୟମରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଯାହାକି ଜନଜାତିଙ୍କ ଉତଥାନର କଥା ସେମାନଙ୍କ ପାଇଁ ଥିବା ଶିକ୍ଷାଦାନର ସୁବିଧାସୁଯୋଗ ଓ ସରକାରଙ୍କ ବେଟି ପଢାଓ ବେଟି ବଢାଓର ସ୍ଲୋଗାନକୁ ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ବିଳମ୍ବ ହେଲେ ମଧ୍ୟ ତୁଳସୀର ଇଚ୍ଛାକୁ ସରକାର ପୂରଣ କରିଛନ୍ତି।

- Advertisement -

ଗଣମାଧ୍ୟମରେ ଖବର ପ୍ରକାଶନ ପରେ କଟକ ଜିଲାପାଳଙ୍କୁ ଘଟଣାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା। ଜିଲାପାଳ ଏ ସଂପର୍କରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଠଗଡ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ତୁଳସୀର ଓର୍ଦା ଗାଁକୁ ଯାଇ ଅନୁଧ୍ୟାନ କରିବା ସହିତ ଢେଙ୍କାନାଳ ପାତ୍ରଭାଗ ଆଶ୍ରମ ବିଦ୍ୟାଳୟରୁ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ଆଣି ଆଠଗଡସ୍ଥିତ ଓଡିଶା ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇଥିଲେ।
ଇତିମଧ୍ୟରେ ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀ ତୁଳସୀକୁ ପାଠ୍ୟପୁସ୍ତକ ପ୍ରଦାନ କରିଛନ୍ତି। ଚଳିତବର୍ଷ ତୁଳସୀ ମାଟ୍ରିକ ପରୀକ୍ଷା ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସହଯୋଗ ପାଇଁ ଗାଈ ଚରାଳିରୁ ପାଲଟିଛି ଛାତ୍ରୀ। ପୁଣି ପାଠ ପଢି ତାର ଲକ୍ଷ୍ୟକୁ ସାକାର କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories