ପୁଲିସ ୟୁନିଫର୍ମ ପିନ୍ଧିଥିବା ବେଳେ ରିଲସ୍ ନ ତିଆରି କରିବା ପାଇଁ ନିୟମ ଜାରି- ସାମାଜିକ ଗଣମାଧ୍ୟମ ପୋଷ୍ଟିଂ ପାଇଁ ଦିଲ୍ଲୀ ପୁଲିସ କର୍ମଚାରୀମାନଙ୍କୁ କଲା ତାଗିଦ
ନୂଆଦିଲ୍ଲୀ – ଦିଲ୍ଲୀ ପୁଲିସର କର୍ମଚାରୀମାନେ ନିଜ ଦାୟିତ୍ୱରେ ଥିବା ବେଳେ ଏବଂ ୟୁନିଫର୍ମ ପିନ୍ଧିଥିବା ବେଳେ ୟୁଟ୍ୟୁବ୍ କି ଫେସ୍ବୁକ୍ରେ ସର୍ଟସ୍ କିମ୍ବା ରିଲସ୍ ତିଆରି ନକରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।
ୟୁନିଫର୍ମର ସମ୍ମାନ ପାଇଁ ଏପିର କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ସମୟରେ ପୁରୁଷ ଏଂବ ମହିଳା ପୁଲିସ କର୍ମଚାରୀ ୟୁନିଫର୍ମରେ ବିଭିନ୍ନ ସର୍ଟସ୍ ତଥା ରିଲ୍ସ ତିଆରି କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ।
ପୁଲିସ କର୍ମଚାରୀମାନେ କୌଣସି ଗୁପ୍ତ ତଥ୍ୟ ତଥା ନିଜର ଦାୟିତ୍ୱ ସମ୍ବନ୍ଧିତ ତଥ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ ନକରିବା ପାଇଁ ନର୍ଦେଶ ଦିଆଯାଇଛି ।
ପୁଲିସ ବିଭାଗର ବିଭିନ୍ନ ତଥ୍ୟ ତଥା ସେମାନଙ୍କ ତାଲିମ ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନକରିବା ପାଇଁ କୁହାଯାଇଛି । ଏହା ସହ ଧର୍ମ,ଜାତି ତଥା ବିଭିନ୍ନନ ସମ୍ପ୍ରଦାୟ ବିଷୟରେ କିଛି ପୋଷ୍ଟ ନକରିବା ପାଇଁ କୁହାଯାଇଛି ।
Comments are closed.