www.samajalive.in
Monday, December 15, 2025
17.1 C
Bhubaneswar

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପରିଚାଳିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିଧିନ ଏଲିୟସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ଜିମସାର ପରିଚାଳନା କମିଟିର ସଭାପତି ଓ ସମାଜର ସଂପାଦକ ନିରଞ୍ଜନ ରଥ ଅତିଥି ଭାବରେ ଯୋଗଦେଇ ପ୍ରଫେସର ନିଧିନ ଜଣେ ଉଚ୍ଚ କୋଟୀର ଛାତ୍ରବତ୍ସଳ ଓ ସଂସ୍କୃତି ସଂପନ୍ନ ସୁମଣିଷ ଅଟନ୍ତି।

ମହାବିଦ୍ୟାଳୟକୁ ଠିକଣା ଭାବରେ ଗଢିତୋଳିବା, ଶୈକ୍ଷିକ ବାତାବରଣରେ ଉନ୍ନତି ଆଣିବା ଓ ବିଦ୍ୟାର୍ଥୀମାନଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ସେବା ମନସ୍କ କରିବାରେ ବେଶ ପାରଙ୍ଗମ ଥିଲେ ବୋଲି କହିବା ସହ ତାଙ୍କର ଭବିଷ୍ୟତ ଚଲାପଥ ସୁକୁସୁମିତ ହେବା ନିମନ୍ତେ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଏଡୁଇନ୍ ଆନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଫେସର ନିଧିନଙ୍କ ସେବିକା ମହାବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଆମ ମହାବିଦ୍ୟାଳୟର ଉନ୍ନତି ଦିଗରେ ବେଶ ସହାୟକ ହୋଇଥିଲା ବୋଲି କହିଥିଲେ।

- Advertisement -

ପ୍ରତିଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହାବିଦ୍ୟାଳୟକୁ ଉନ୍ନତି ପଥରେ ଆଗକୁ ନେବା କ୍ଷେତ୍ରରେ ପ୍ରଫେସର ନିଧିନ ଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ପ୍ରତିଷ୍ଠାନର ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ ବିଦାୟକାଳୀନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ବିଦାୟୀ ଅଧ୍ୟକ୍ଷଙ୍କ ନିଷ୍ଠା, ଅଧ୍ୟବସାୟ ଓ କାର୍ଯ୍ୟକରିବା ଶୈଳୀ ଉଦାହରଣୀୟ ବୋଲି କହିଥିଲେ। ମହାବିଦ୍ୟାଳୟ ପକ୍ଷରୁ ବିଦାୟୀ ଅଧ୍ୟକ୍ଷ ପ୍ରଫେସର ନିଧିନ ଏଲିୟସଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା।

ବିଦ୍ୟାର୍ଥୀମାନେ ସମ୍ମିଳିତ ଭାବରେ ପ୍ରିୟ ଅଧ୍ୟକ୍ଷଙ୍କୁ ବିଦାୟ ପ୍ରଦାନ କରିଥିଲେ। ପ୍ରଫେସର ନିଧିନ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ କାର୍ଯ୍ୟକରିବାର ଅନୁଭୂତି ସଂପର୍କରେ ଆଲେକପାତ କରି ଏହାର ଭବିଷ୍ୟତ ବହୁ ଉଜ୍ୱଳ ବୋଲି କହିବା ସଂଗେ ସଂଗେ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଥଙ୍କ ବ୍ୟକ୍ତିତ୍ୱ ମୋ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଉତ୍ସବରେ ସମସ୍ତ ବିଦ୍ୟାର୍ଥୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories