ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ଡିଗ୍ରୀ ମହାବିଦ୍ୟାଳୟରେ ସବୁଜ ରସାୟନ ଶୀର୍ଷକ ଆଲୋଚନାଚକ୍ର
ଗୁରୁଡିଝାଟିଆ: ଗଛର ସୁରକ୍ଷା ଜୀବନ ରକ୍ଷା। ଗଛ ବଞ୍ଚିଲେ ଜୀବ ଜଗତ ସୁସ୍ଥ ନିରାମୟ ଓ ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରିପାରିବେ। ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ। ବିଶେଷତଃ ମହାବିଦ୍ୟାଳୟସ୍ତରରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଏହାକୁ ଏକ ଆନ୍ଦୋଳନରେ ପରିଣତ କରି ଉତ୍ତପିଢି ପାଇଁ ଏକ ସନ୍ତୁଳିତ ପୃଥିବୀ ଗଠନ କରିବା ଦିଗରେ ମହନୀୟ ଭୂମିକା ନିଭାଇ ପାରିବେ ବୋଲି ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ “ସବୁଜ ରସାୟନ” ଶୀର୍ଷକ ପାଠଚକ୍ରରେ ସ୍ୱତନ୍ତ୍ର ବିଶେଷଜ୍ଞ ଭାବରେ ଚୌଦ୍ୱାର ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡଃ ମମତା ସାହୁ ଯୋଗଦେଇ ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଡ.ଶଶିଭୂଷଣ ମିଶ୍ରଙ୍କ ପୌରହିତ୍ୟ କରି ଆଲୋଚନାଚକ୍ରର ଆଭିମୁଖ୍ୟ ଓ ବିଦ୍ୟାର୍ଥୀଙ୍କ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା କୁନ୍ତଳା ବେଉରାୟ, ଦିପ୍ତୀରଞ୍ଜନ ବାରିକ,ନିରଞ୍ଜନ ପତ୍ରୀ, ସାଗରିକା ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଭାଗୀୟ ଅଧ୍ୟାପକ ବିଶ୍ୱଜିତ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.