ଗୁରୁଡିଝାଟିଆ: ଅଘୋଷିତ ବିଜୁଳିକାଟ ଜାରି ରହିଛି। ଟିପିସିଓଡିଏଲ କର୍ତ୍ତୃପକ୍ଷ ମନଇଚ୍ଛା ବିଦ୍ୟୁତକାଟ କରି ଉପଭୋକ୍ତାଙ୍କୁ ଏକପ୍ରକାର ନିର୍ଯାତନା ଦେଉଛନ୍ତି। ଆଜି ସକାଳ ୯ଟାରୁ ସଂନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ଯୋଗୁଁ ଗୁରୁଡିଝାଟିଆ ଅଞ୍ଚଳର ୧୩ଟି ପଞ୍ଚାୟତର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଉପଭୋକ୍ତାମାନେ ଉତ୍ତମ ବିଦ୍ୟୁତ ସେବା ପାଇବାର ଯେଉଁ ଆଶା ରଖିଥିଲେ ତାହା ଅାକାଶ କଇଁଆ ଚିଲିକା ମାଛ ନିୟମରେ ପରିଣତ ହୋଇଛି। ଆଜି ଚୌଦ୍ୱାରରୁ ଛତିଶା ମଧ୍ୟରେ ବିଦ୍ୟୁତ୍ ସରବରାହରେ ତ୍ରୁଟି ଦେଖାଦେବାରୁ ଦୀର୍ଘ ୧୦ଘଣ୍ଟାଧରି ବିଦ୍ୟୁତ ବିଭ୍ରାଷ୍ଟ ଦେଖାଯାଇଥିବା କଥା ବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିବା ସହିତ ଦୁଃଖପ୍ରକାଶ କରିଥିଲେ। ଅଧିକାଂଶ ସମୟ ଗୁରୁଡିଝାଟିଆ ଅଞ୍ଚଳର ଗୁରୁଡିଝାଟିଆ, ଓରନ୍ଦା, କୁଷ୍ପଙ୍ଗି, କୁମାରପୁର, ଛଅଗାଁ, ଗୋବରା, ମଞ୍ଚେଶ୍ୱର, କଖଡି, ଘଣ୍ଟିଖାଲ, ଅନନ୍ତପୁର, ଧୁରୁଷିଆ ,କଟକିଆସାହି ଓ ମେଘା ଆଦି ପଞ୍ଚାୟତର ଶହଶହ ଭିତରେ ଅନ୍ଧକାର ଭିତରେ ରହୁଛନ୍ତି। ଚୌଦ୍ୱାର ଏବଂ ଆଠଗଡ ବିଦ୍ୟୁତ୍ ଡିଭିଜନର ସମନ୍ୱୟ ସଠିକ ଭାବେର ରହିପାରୁନଥିବାରୁ ବିଚରା ଉପଭୋକ୍ତାମାନେ ଦହଗଞ୍ଜ ଭୋଗୁଛନ୍ତି।
ଚୌଦ୍ୱାରରୁ ଛତିଶା ପର୍ଯ୍ୟନ୍ତ ବିଦ୍ୟୁତ୍ ଆସିବା ପରେ ସେଠାରୁ ନବେଢା ଓ ନଦୀକୂଳ ଅଞ୍ଚଳକୁ ଆସିଥାଏ। ବର୍ଷର ଅଧିକାଂଶ ସମୟ ଛତିଶା ନିକଟରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଷ୍ଟ ଦେଖାଦେଉଛି। ଦଦରା ବିଦ୍ୟୁତତାର ଓ ଇନସୁଲେଟର ଆଦିକୁ ନବଦଳାଇ ନୂଆ ନଲଗାଯିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ଏପରିକି କେତେକ କର୍ମଚାରୀ ବିଦ୍ୟୁତ ବିଭ୍ରାଷ୍ଟ ଦେଖାଦେଲେ ଏହାର ସମାଧାନ କରିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଉପଭୋକ୍ତାମାନେ ପ୍ର୍ରଶ୍ନ କରୁଛନ୍ତି ବିଦ୍ୟୁତ୍ ବିଲ ନେବାରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁନଥିବା ବେଳେ କଣ ପାଇଁ କେଉଁ ଅଧିକାରରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଷ୍ଟ କରୁଛନ୍ତି ? ପ୍ରକାଶଯୋଗ୍ୟ ବାରମ୍ବାର ବିଦ୍ୟୁତକାଟ ବିରୋଧରେ ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ ସମୂହ ଆଠଗଡ ବିୁଦ୍ୟତ୍ ନିର୍ବାହୀ ଯନ୍ତ୍ରୀ ଓ ଉପଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ଏହାର ସମାଧାନ ନହେଲେ ୧୬ତାରିଖ ଦିନ ନାରଙ୍ଗବସ୍ତ ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ଶାନ୍ତପୂର୍ଣ୍ଣ ଧାରଣା ଦେବେ।
ଅଘୋଷିତ ବିଜୁଳିକାଟ:ସମସ୍ୟା ସମାଧାନ ନ ହେଲେ ଦିଆଯିବ ଧାରଣା
Popular Categories



