www.samajalive.in
Sunday, December 14, 2025
26.1 C
Bhubaneswar

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଅଞ୍ଚଳବାସୀ

ଗୁରୁଡ଼ିଝାଟିଆ: କଲେଜ କର୍ତ୍ତୃପକ୍ଷଙ୍କ ଚରମ ଉଦାସୀନ ଓ ଦାୟିତ୍ୱହୀନତା ପାଇଁ ଆମ ଅଞ୍ଚଳର ପ୍ରତିଭାଦୀପ୍ତ ମେଧାବୀ ଛାତ୍ରୀଟି ପ୍ରସ୍ପୁଟିତ ହେବା ପୂର୍ବରୁ ନିର୍ବାପିତ ହୋଇଗଲା। ମୃତ୍ୟୁର ୪ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ନ୍ୟାୟ ପ୍ରଦାନ ନିମନ୍ତେ ରୁଚିକାର ନିଜ ଗାଁ କଖଡି ଓ ପାଖ ଅଞ୍ଚଳର ଜନସାଧାରଣ ଅଣ୍ଟା ଭିଡିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଏସଏଚଜିର ମହିଳା ଓ ବିଦ୍ୟାର୍ଥୀମାନେ।

ଏ ନେଇ ରୁଚିକା ମହାନ୍ତିକୁ ନ୍ୟାୟଦେବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଦିଲ୍ଲିପ କୁମାର ଛତାର,ବରିଷ୍ଠ ମୁରବୀ ବିଷ୍ଣୁଚରଣ ମହାରଣା,ନରେନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର ମହାନ୍ତି, ରଞ୍ଜନ ମୁଦୁଲି(କ), ସନାତନ ମହାନ୍ତି, ରଞ୍ଜନ ମୁଦୁଲି(ଖ), ପ୍ରିନ୍ସ କ୍ଲବ ସଭାପତି ଶେଷଦେବ ମୁଦୁଲି, ଶିଳାଦିତ୍ୟ ପରିଡ଼ା, ବିକାଶ ଚନ୍ଦ୍ର ଖଟୁଆ, ସ୍ୱୟଂ ସହାୟିକା ଗୋଷ୍ଠୀର ଆଗୁଆ କର୍ମୀ ପ୍ରଭାତୀ ବେହେରା, ଦିକିକା ମୁଦୁଲି, ପ୍ରଶାନ୍ତି ବେଉରା ପ୍ରମୁଖ ରୁଚିକା ମହାନ୍ତିକୁ ନ୍ୟାୟ ପ୍ରଦାନ କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବା ନିମନ୍ତେ ଦାବି ଜଣାଇଛନ୍ତି। କଖଡି ଅଞ୍ଚଳରେ ଏକ ଉଦୀୟମାନ ଛାତ୍ରୀଭାବରେ ଆଖିଏ ସ୍ୱପ୍ନନେଇ ବଡ କଲେଜରେ ଅଧ୍ୟୟନ କରୁଥିଲେ। ଲକ୍ଷ୍ୟଥିଲା ୟୁପିଏସସି ରେ ସଫଳ ହେବ ବୋଲି। ହେଲେ ରାଗିଂଙ୍ଗ ଯୋଗୁଁ ଆତ୍ମହତ୍ୟା କରିଥିଲା। ରାଗିଂଙ୍ଗରେ ସପୃକ୍ତ ଛାତ୍ରୀ ଓ ଏଥିରେ ସହଯୋଗ କରୁଥିବା କଲେଜ କର୍ତ୍ତୃପକ୍ଷ ଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ସହ ରୁଚିକା ଭଳି ଅନ୍ୟକୌଣସି ଛାତ୍ରୀ ଯେଭଳି ରାଗିଂଙ୍ଗର ଶିକାର ନହେବେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସାମାଜିକ ସମ୍ମିଳନୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି।ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେବା ନିମନ୍ତେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories