ଔଷଧ ରହିବା ସ୍ଥାନ ପାଲଟିଛି ବିଷଧର ସର୍ପଙ୍କ ଆବାସସ୍ଥଳୀ ଫାର୍ମାସିଷ୍ଟଙ୍କ ଜୀବନ ବିପଦପୂର୍ଣ୍ଣ

ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଔଷଧ ଗଚ୍ଛିତଗୃହ କାମରେ ଆସୁନି

ଗୁରୁଡିଝାଟିଆ – ଆଠଗଡ ବ୍ଲକର ଏକମାତ୍ର ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୩୪ଟି ପଞ୍ଚାୟତର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାର ତଦାରଖ କରିବା ଓ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇଦେବା ଏହି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନ୍ୟସ୍ତ ଅଟେ । କୁଷ୍ଠ,ମ୍ୟାଲେରିଆ,ଯକ୍ଷ୍ମା ଆଦି ରୋଗର ରୋଗୀମାନଙ୍କ ଚିକିତ୍ସା ଓ ଔଷଧ ପ୍ରଦାନ ସହିତ ବିଶେଷଜ୍ଞ ଙ୍କ ଚିକିତ୍ସା ସୁବିଧା, ଜନ୍ମମୃତ୍ୟୁ ପ୍ରମାଣପତ୍ର ଯୋଗାଇଥାଏ । ଏହି ଚିକିତ୍ସାଳୟରେ ଔଷଧ ଗଚ୍ଛିତ ପାଇଁ ଏକ ଔଷଧ ଭଣ୍ଡାର ଗୃହ ଦୀର୍ଘ ୬ବର୍ଷ ଧରି ସଂପୂର୍ଣ୍ଣ ହୋଇପାରିନାହିଁ । ପ୍ରାୟ ୨୫ଲକ୍ଷ ରୁ ଊର୍ଦ୍ଧ୍ୱ  ଟଙ୍କାରେ ନିର୍ମିତ ଏହି ଔଷଧ ଭଣ୍ଡାର ଗୃହଟି ଠିକାଦାରଙ୍କ ଢିଲାପଣ ଓ ଉଦାସୀନତା ପାଇଁ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇନାହିଁ । ଠିକାଦାରଙ୍କ ଏଭଳି ହେୟଜ୍ଞାନ ଓ ଉଦାସୀନତା ଉପରେ କାହାର ହାତ ରହିଛି ତାହା ମଧ୍ୟ ବୁଝାପଡୁନାହିଁ । ଯାହା ଫଳରେ କି ଔଷଧ ଗଚ୍ଛିତ ଗୃହ କାର୍ଯ୍ୟକ୍ଷମ ହୋଇନଥିôବାରୁ ଏବେ ଯେଉଁଠାରେ ଔଷଧ ରହଣିସ୍ଥଳ ରହିଛି ତାହା ବିଷଧର ସର୍ପମାନଙ୍କ ଆବସସ୍ଥଳ ପାଲଟିଛି । ବିଦ୍ୟୁତ୍‌ ଆଲୋକ ନଥିôବା ବେଳେ ଔଷଧକେନ୍ଦ୍ରରେ ବିଷଧର ନାଗସାପ କାତି ଛଡାଇଛି ।

prayash

ଏହି ଔଷଧ ରହଣିସ୍ଥଳରୁ ରୋଗୀମାନଙ୍କ ଉଦ୍ଦେଶ୍ୟରେ ଫାର୍ମାସିଷ୍ଟ ଔଷଧ ନେଇ ବିତରଣ କେନ୍ଦ୍ରକୁ ଦେଇଥାନ୍ତି । ଯାହାଫଳରେ କି କେତେବେଳେ ଯେ ଫାର୍ମାସିଷ୍ଟ ବିଷଧର ସର୍ପଙ୍କ ସମ୍ମୁଖରେ ନପଡିବେ ତାହା କହିବା ଅସମ୍ଭବ ନୁହେଁ । ଦେିନିକ ଫାର୍ମାସିଷ୍ଟ ନିଜ ଜୀବନକୁ ବାଜି ଲଗାଇ ଔଷଧ ରହଣିସ୍ଥଳକୁ ଯାତାୟାତ କରୁଥିôବା ବେଳେ ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଯୋରନ୍ଦା, ଜାଗିଆପଡା ଓ ଜେନାପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ୨୬ଟି ସ୍ୱାସ୍ଥ୍ୟଉପକେନ୍ଦ୍ର କୁ ମଧ୍ୟ ଔଷଧ ବିତରଣ କରିଥାନ୍ତ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ଥାନୀୟ ରୋଗୀକଲ୍ୟାଣ ସମିତିର କର୍ମକର୍ତ୍ତା ଓ ରାଜନେତା କ’ଣ ପାଇଁ ଔଷଧ ଗଚ୍ଛିତ କେନ୍ଦ୍ରର ସଂପୂର୍ଣ୍ଣତା ଦିଗରେ ସଂପୃକ୍ତ ଠିକାଦାରଙ୍କୁ ତାଗିଦ କରୁନାହାନ୍ତି ତାହା ବୁଝାପଡୁନାହିଁ । ଯାହାଫଳରେ କି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଔଷଧ ଗଚ୍ଛିତ କେନ୍ଦ୍ରଟି ପ୍ରକୃତ ଉଦ୍ଦେଶ୍ୟ ସାଧାନ କରିପାରୁନାହିଁ ଏବଂ ଏବେ ଔଷଧ ରହଣିସ୍ଥଳଟି ପାଲଟିଛି ବିଷଧର ସାପଙ୍କ ଆବାସସ୍ଥଳୀ । ପ୍ରକାଶଯୋଗ୍ୟ ବ୍ଲକ ର ୩୪ଟି ପଞ୍ଚାୟତର ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇଦେବା ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ଘରେ ଘରେ ପହଞ୍ଚାଇବାରେ ଏହି ଗୋଷ୍ଠୀସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।କରୋନା କାଳରେ ଜନସାଧାରଣଙ୍କୁ ସଚେତନତା କରାଇବା , ସ୍ୱାବ ପରୀକ୍ଷା ଓ ଚିକିତ୍ସାସେବା କ୍ଷେତ୍ରରେ ସମଗ୍ର ବ୍ଲକ ଓ ଆଠଗଡ ଏନଏସିର ଜନସାଧାରଣଙ୍କ ପାଇଁ ମୁଖ୍ୟ ରାହା ଭାବରେ ଉଭା ହୋଇଥିଲା । ଯାହାଫଳରେ କି ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Comments are closed.