ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ

ଗୁରୁଡିଝାଟିଆ: ଆଜି ବି ରକ୍ତର ବିକଳ୍ପ ସୃଷ୍ଟି ହୋଇପାରିନାହିଁ। ରକ୍ତଦାନ ମହାପୂଣ୍ୟ। ଜଣେ ରକ୍ତଦାତା ହିଁ ଆମ ସମାଜର ପାଇଁ ଶ୍ରେଷ୍ଠ ସେବକ। ସେମାନଙ୍କର ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ମୂର୍ମୂଷୁ ରୋଗୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ପରିବାର ପାଇଁ ଖୁସି ଆଣିଦେଉଛି। ବିଜୁ ଜନତା ଦଳ, ମୋ ଓଡ଼ିଶା ଓ ଜୀବନବିନ୍ଦୁ ରକ୍ତଦାନ ଶିବିର ଜରିଆରେ ରକ୍ତ ଚାହିଦାକୁ ପୁରଣ କରି ଦେଶରେ ଏକ ମଡେଲ ଭାବରେ ଉଭା ହୋଇଛି। ଓଡ଼ିଶା ଜନସାଧାରଣଙ୍କ କଲ୍ୟାଣ ଦିଗରେ ବିଜୁ ଜନତାଦଳ ସର୍ବଦା ନିଜକୁ ସମର୍ପି ଦେଇ ରକ୍ତଦାନ ଶିବିର,ବୃକ୍ଷରୋପଣ ଭଳି ରଚନାତ୍ମକ କାର୍ଯ୍ୟଧାରାରେ ନିଜକୁ ସଂଶ୍ଲିଷ୍ଟ କରିପାରିଛି ବୋଲି ଗୁରୁଡିଝାଟିଆ ଓ ମଞ୍ଚେଶ୍ୱର ପଞ୍ଚାୟତରେ ବିଜୁ ଛାତ୍ର ଜନତାଦଳ ତରଫରୁ ଆୟୋଜିତ ରକ୍ତଦାନ ଶିବିରକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିବା ସହ ଉପରୋକ୍ତ ମତପ୍ରକାଶ କରିଥିଲେ।

ଆଠଗଡ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ କଟକ ବଡ ମେଡିକାଲର ଚିକିତ୍ସକ ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଗୁରୁଡିଝାଟିଆ ପଞ୍ଚାତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୦୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ମଞ୍ଚେଶ୍ୱର ପଞ୍ଚାୟତରେ ୧୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

prayash

ଆଠଗଡ ବିଜୁ ଜନତା ଦଳର ସଭାପତି ରବୀନ୍ଦ୍ର ନାଥ ରାଉତ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରତିନିଧି ତଥା ଜିଲା ବିଜୁ ଜନତା ଦଳର ସଂପାଦକ ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲା ବିଜୁ ଜନତା ତଳର ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜିଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ନାରୀନେତ୍ରୀ ବାସନ୍ତୀ ରାଉଳ, ଶିଶିର କୁମାର ମାନସିଂହ, ଗୁରୁଡିଝାଟିଆ ସରପଞ୍ଚ ପ୍ରତିନିଧି ସନାତନ ଦଳାଇ, ଦେବାଶିଷ ବିଶ୍ୱାଳ, ମଞ୍ଚେଶ୍ୱର ସରପଞ୍ଚ ପ୍ରତିନିଧି ପ୍ରିୟବ୍ରତ ସାହୁ, କୃଷକନେତା ନିିରକାର ଲେଙ୍କା, ଆଠଗଡ ବିଜୁ ଛାତ୍ର ଜନତା ଦଳ ଉପସଭାପତି ସମ୍ବିତ୍ ଦଳାଇ,ପ୍ରଦୀପ କୁମାର ସାହୁ, ତାରା ପ୍ରସାଦ ସାହାଣୀ, ଅମିତ୍ କ୍ରିଷ୍ଣା କୁମାର ,ସୁବ୍ରତ ବିଶ୍ୱାଳ, ସୁମନ୍ତ ନାୟକ, ଶ୍ରୀଚରଣ ନାୟକ, କାର୍ତ୍ତିକ ଚନ୍ଦ୍ର ଖଟୁଆ, ହୃଦାନନ୍ଦ ସାହାଣୀ ପ୍ରମୁଖ ବିଜୁ ଯୁବଜନତା, ବିଜୁ ଛାତ୍ର ଜନତା ଓ ବିଜୁ ମହିଳା ଜନତାଦଳର କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁଡିଝାଟିଆ ମହାବିଦ୍ୟାଳୟ ପରିସରରେ ଚାରୋପଣ କରିବା ସହ ଉପସ୍ଥିତ ସମସ୍ତ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

kalyan agarbati

Comments are closed.