www.samajalive.in
Monday, December 8, 2025
13.1 C
Bhubaneswar

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୁରୁ ଗ୍ରହ ସୁଖ-ସୌଭାଗ୍ୟ, ଜ୍ଞାନ, ଯଶ ପ୍ରଦାନ କରି ଥାଆନ୍ତି । ଜାତକରେ ଗୁରୁ ଗ୍ରହ ଶୁଭ ସ୍ଥାନରେ ରହିଲେ ଯଶ ପ୍ରାପ୍ତି ହୋଇଥାଏ । ଜ୍ଞାନ ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ମାନ-ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ । ଗୁରୁ ଗ୍ରହ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ବର୍ତ୍ତମାନ ଗୁରୁ ଗ୍ରହ ବୃଷ ରାଶିରେ ରହିଛନ୍ତି । ୧୨ ବର୍ଷ ପରେ ଗୁରୁ ବୃଷ ରାଶିରେ ସିଧା ଚଳନ କରିଛନ୍ତି । ୯ ଅକ୍ଟୋବର ୨୦୨୪ରେ ଗୁରୁ ବୃଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ ମାତ୍ର ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।ଭାଗ୍ୟର ସାଥ୍‌ ମିଳିବ । ଧନ ଲାଭ ହେବ । ନୂଆ ସ୍ରୋତରୁ ଟଙ୍କା ଆସିବ । ମାନ-ସମ୍ମାନ ବୃଦ୍ଧି ହେବ । କାମ ପାଇଁ ପ୍ରଂଶସା ମିଳିବ । ଘରେ ସୁଖଶାନ୍ତି ବୃଦ୍ଧି ହେବ । କରଜ ଟଙ୍କା ଫେରସ୍ତ ପାଇବେ।

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ବିବାଦରୁ ମୁକ୍ତି ମିଳିବ । ଇଚ୍ଛା ପୂରଣ ହେବ । ଆୟରେ ବୃଦ୍ଧି ହେବ।

ବିଛା – ଜୀବନରେ ସୁଖଶାନ୍ତି ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ବୃଦ୍ଧି ସହ ବ୍ୟବସାୟୀ ଲାଭବାନ୍‌ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories