www.samajalive.in
Monday, December 8, 2025
13.1 C
Bhubaneswar

ମମତାଙ୍କ ଚିଠିରେ କେନ୍ଦ୍ରର ଜବାବ; ପଶ୍ଚିମବଙ୍ଗରେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ କଠୋର ଆଇନ ପ୍ରଣୟନ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠି ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ମାତ୍ର ୬ଟି ପାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରାଯାଇଛି। ମହିଳା ବିରୋଧୀ ମାମଲାର ତ୍ବରିତ ବିଚାର କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ଥାପନ ବ୍ୟବସ୍ଥା ଆପଣାଇଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ନାବାଳିକା ଯୌନ ନିର୍ଯାତନାର ବିଚାର ପାଇଁ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ସ୍ଥାପନ କରାଯାଉଛି। ଦେଶରେ ଏବେ ୭୫୨ଟି ଫାଷ୍ଟଟ୍ରାକ୍‌ କୋର୍ଟ କାର୍ଯ୍ୟକ୍ଷମ ଥିବାବେଳେ ପଶ୍ଚିମବଙ୍ଗରେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ। ଏହି ୬ଟି ଯାକ ଫାଷ୍ଟଟ୍ରାକ୍ କୋର୍ଟ କେବଳ ପକ୍‌ସୋ ମାମଲାର ଶୁଣାଣି ପାଇଁ ଉଦ୍ଧିଷ୍ଟ। ଅଥଚ ମହିଳା ବିରେଧୀ ହିଂସାର ତ୍ବରିତ ଶୁଣାଣି ପାଇଁ ରାଜ୍ୟରେ ଗୋଟିଏ ହେଲେ ଫାଷ୍ଟଟ୍ରାକ୍ କୋର୍ଟ ନାହିଁ। ଦେଶରେ କାର୍ଯ୍ୟକ୍ଷମ ଥିବା ୭୫୨ଟି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ  ୪୦୯ଟି ହେଉଛି ପକ୍‌ସୋ କୋର୍ଟ। ଏହିସବୁ ଫାଷ୍ଟଟ୍ରାକ୍ କୋର୍ଟରେ ୨ଲକ୍ଷ ୫୩ହଜାର ମାମଲାର ବିଚାର କରାଗଲାଣି।

ମହିଳା ବିରୋଧୀ ହିଂସା କ୍ଷେତ୍ରରେ ପୀଡିତାଙ୍କୁ ତ୍ବରିତ ନ୍ୟାୟ ଦେବା ଲାଗି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନରେ ଅନିଚ୍ଛା ପ୍ରକାଶ କରିଆସୁଥିବା ମମତା ବାନାର୍ଜୀ ଏବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ୨୦୧୯ରୁ କାର୍ଯ୍ୟକାରୀ ହୋଇଥିବା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଯୋଜନାରେ ମାମିଲ ହେବା ଲାଗି ୨୦୨୩ରେ ପଶ୍ଚିମବଙ୍ଗ ସରକାର ସମ୍ମତି ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୭ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏବେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ୪୮, ୬୦୦ଟି ଦୁଷ୍କର୍ମ ମାମଲା ବିଚାରାଧୀନ ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories