www.samajalive.in
Friday, December 5, 2025
27.1 C
Bhubaneswar

ଅସ୍ତ ହେବେ ଗୁରୁ ବୃହସ୍ପତି; ୩ରାଶିରେ କ୍ୟାରିୟର ଓ ବ୍ୟବସାୟ ହେବ ବୃଦ୍ଧି

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଗୁରୁ ବୃହସ୍ପତି ଜୁନ୍‍ ୧୨ ଗୁରୁବାର ସନ୍ଧ୍ୟା ୭ଟା ୫୬ମିନିଟରେ ଅସ୍ତ ହେବେ । ଜୁଲାଇ ୯ ତାରିଖ ବୁଧବାର ସକାଳ ୪.୪୪ମିନିଟରେ ଉଦିତ ହେବେ । ଏହି ସମୟରେ ବୃହସ୍ପତି ମୋଟ ୨୭ଦିନ ପାଇଁ ଅସ୍ତ ଅବସ୍ଥାରେ ରହିବେ । ଏହି ସମୟରେ ବିବାହ, ଶୁଭ କାର୍ଯ୍ୟ ଏବଂ ନୂତନ କାର୍ଯ୍ୟ କରିବା ନିଷେଧ ବୋଲି କୁହାଯାଏ । ବୃହସ୍ପତି ଉଦିତ ହେବା ପରେ ହିଁ ପୁଣି ଶୁଭ କାର୍ଯ୍ୟ ଆରମ୍ଭ ହେବ । ଜ୍ୟୋତିଷଙ୍କ ମତରେ ବୃହସ୍ପତିଙ୍କ ଅସ୍ତ ସମୟରେ ଅନେକ ରାଶି ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ଏଥର ୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ରହିଛି । ସେମାନଙ୍କ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ବାଣିଜ୍ୟରୁ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି । ଚାଲନ୍ତୁ ଜାଣିବା ୩ଟି କେଉଁ କେଉଁ ରାଶି ।

ମେଷ: ବୃହସ୍ପତି ଅସ୍ତ ହେବା ସହିତ ମେଷ ରାଶିର ଜାତବ୍ୟକ୍ତିଙ୍କ ପାଇଁ ଏହା ଆତ୍ମନିରୀକ୍ଷଣ ଏବଂ ଆତ୍ମ ବିକାଶର ସମୟ ହେବ । କର୍ମକ୍ଷେତ୍ରରେ କିଛି ପୁରୁଣା ପଡି ରହିଥିବା କାମ ଆଗକୁ ଗତି କରିବ । ନିଜର କ୍ଷମତା ଉପରେ ବିଶ୍ୱାସ ରଖି କ୍ୟାରିୟରରେ ଆଗକୁ ବଢିବା ଉଚିତ । ଆତ୍ମନିର୍ଭରଶୀଳତା ଏବଂ ନେତୃତ୍ୱ ଦକ୍ଷତା ଆପଣଙ୍କୁ ସମ୍ମାନ ଏବଂ ଆର୍ଥିକ ଲାଭ ଦେବ । ସରକାରୀ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ରହିଛି ।

- Advertisement -

କର୍କଟ : ବୃହସ୍ପତି ଅସ୍ତ ସମୟରେ ଏହି ରାଶିର ବ୍ୟକ୍ତି ବରଦାନଠାରୁ କମ୍‍ ନୁହେଁ । ଆପଣଙ୍କର ଷଷ୍ଠ ଇନ୍ଦ୍ରିୟ ବହୁତ ତୀକ୍ଷ୍ଣ ହେବ ଏବଂ ଆପଣ ସଠିକ୍‍ ନିଷ୍ପତ୍ତି ନେଇପାରିବେ । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ଯାହା ଭବିଷ୍ୟତରେ ପଦବୀ ଏବଂ ଦରମା ବୃଦ୍ଧି କରିପାରେ । ନିଜସ୍ୱ ବ୍ୟବସାୟ କରୁଥିଲେ ନୂତନ ସୁଯୋଗ ମିଳିବ । ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିପାରିବେ । ଏହା ଛାତ୍ରମାନଙ୍କ ପାଇଁ ଏକାଗ୍ରତା ବୃଦ୍ଧି କରିବାର ସମୟ ।

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ୨୭ଦିନ ଅପ୍ରତ୍ୟାଶିତ ସୁଯୋଗର ପରିପୂର୍ଣ୍ଣ ହୋଇପାରେ । ବିଶେଷକରି ଯେଉଁମାନେ କଳା, ଫ୍ୟାଶନ୍‍, ଡିଜାଇନ୍‍, ମିଡ଼ିଆ କିମ୍ବା ଆଇନଗତ କ୍ଷେତ୍ର ସହିତ ଜଡିତ ସେମାନେ ବିଶେଷ ସଫଳତା ପାଇପାରିବେ । ବୃହସ୍ପତିଙ୍କ ଅସ୍ତ ଯୋଗୁଁ ଜୀବନରେ କିଛି ଶାନ୍ତି ରହିବ । ବ୍ୟବସାୟରେ ନିବେଶ ପାଇଁ ଅନୁକୂଳ କିନ୍ତୁ ଭାବିଚିନ୍ତି ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories