www.samajalive.in
Saturday, December 6, 2025
16.1 C
Bhubaneswar

ସରଣ୍ଡା ଜଙ୍ଗଲରୁ ପୁଣି ୭୦୦ କେଜି ବିସ୍ଫୋରକ ଜବତ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ। ତଲାସୀ ଅଭିଯାନ ସମୟରେ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସୋମବାର ୨୯୬୦ କେଜି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ୨୭ ତାରିଖ ସକାଳରେ ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୪ ଟନ୍‌ରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା। ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଛି। ୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ ,ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ତଲାସୀ ଅଭିଯାନ ଚଳାଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories