www.samajalive.in
Saturday, December 6, 2025
23.1 C
Bhubaneswar

ନନ୍ଦନକାନନରେ ବାସନ୍ତୀ ହାତୀ ପୁଣି ଅସୁସ୍ଥ

ନନ୍ଦନକାନନ:  ନନ୍ଦନକାନନ ପ୍ରାଣୀଉଦ୍ୟାନ ହାତୀ ସଫାରୀରେ ରହୁଥ‌ିବା ସବୁଠୁ ବୟସ୍କ ମାଈ ହାତୀ ବାସନ୍ତୀ ପୁଣି ଅସୁସ୍ଥ ହୋଇପଡ଼ିଛି। ସେ ଠିକ୍‌ଭାବେ ଖିଆପିଆ କରୁନାହିଁ। ବୟସାଧିକ ଓ ବଦହଜମିର ଶିକାର ହୋଇ ଗୋଟିଏ ସ୍ଥାନରେ ପଡ଼ିରହୁଛି। ଦୁଇଦିନ ହେବ ପେଟଜନିତ ସମସ୍ୟା ଭୋଗୁଛି । ଯାହାଫଳରେ ନନ୍ଦନକାନନ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି। କିଛିଦିନ ହେବ ନନ୍ଦନକାନନର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ବାସନ୍ତୀ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ ବୋଲି ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି। ମଙ୍ଗଳବାର ଦିନ ଟେକ୍ନିକାଲ କମିଟିର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ପ୍ରାଣୀଉଦ୍ୟାନରେ ପହଞ୍ଚି ଅସୁସ୍ଥ ବାସନ୍ତୀର ସ୍ବାସ୍ଥ୍ୟ ଯାଞ୍ଚ କରି ସାଲାଇନ୍ ଓ ଇଞ୍ଜେକସନ ଦେଇ ଚିକିତ୍ସା ଜାରି ରଖିଛନ୍ତି

ବାସନ୍ତୀକୁ ୧୯୮୫ରେ ୨୧ବର୍ଷ ବୟସ ହୋଇଥିବାବେଳେ ମାଡ୍ରାସର ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ଏବେ ୬୧ ବର୍ଷ। ନନ୍ଦନକାନନରେ ବର୍ତ୍ତମାନ ୪ଟି ହାତୀ ଅଛନ୍ତି।  ବାସନ୍ତୀ ବ୍ୟତୀତ ହୀରା ଓ ଛୁଆ ହାତୀ ଆଶା,ଲିସା। ବାସନ୍ତୀ ଗର୍ଭରୁ ୧୯୮୭ ଡିସେମ୍ବର ୨୮ରେ ନନ୍ଦ ହାତୀ ଜନ୍ମଗ୍ରହଣ କରିଥିଲା। ଚନ୍ଦକାରେ ନନ୍ଦର ମୃତ୍ୟୁ ଘଟିସାରିଛି।
ସେହିପରି ଏହି ସ୍ବାସ୍ଥ୍ୟ କମିଟି ମଧ୍ୟ ପ୍ରାଣୀଉଦ୍ୟାନର ମା’ ଧଳା ବାଘୁଣି ରୁପାର ୭ମାସର ଦୁଇ ସାଧାରଣ ରଙ୍ଗର ବାଘଛୁଆଙ୍କର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଉନ୍ନତମାନର ଚିକିତ୍ସା ଲାଗି ବନ୍ୟପ୍ରାଣୀ ଚିକିତ୍ସକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଶାବକ ଦୁଇଟି ଅସୁସ୍ଥ ଥିବାବେଳେ ଗତ ରବିବାର ମା’ ବାଘୁଣୀ ରୁପାର ଗୋଟିଏ ମାଈ ଧଳାବାଘ ଛୁଆର ମୃତ୍ୟୁ ଘଟିଥିଲା।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories