ସମାଜ ଡିଜିଟାଲ ଡେସ୍କ: ଉଦଳା ଅତିରିକ୍ତ ତହସିଲଦାର ଭୀମକାନ୍ତି ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଘଟଣାର ଦୁଇ ଦିନ ପରେ ମାଫିଆଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ । ଗିରଫ ହୋଇଥିବା ତିନି ଜଣ ଖଣିଜ ପଦାର୍ଥ ଚୋରା ଚାଲାଣ କରିଥିବା ମାଫିଆ । ଏବେବି ୧୫ରୁ ଅଧିକ ମାଫିଆ ଫେରାର ରହିଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି । ସେପଟେ ଅତିରିକ୍ତ ତହସିଲଦାରଙ୍କୁ ମାଫିଆ ମାନେ ଆକ୍ରମଣ କରିଥିବା ବେଳର ଭିଡ଼ିଓ ସାମ୍ନାକୁ ଆସିଛି । ସିସିଟିଭିରେ କଏଦ ହୋଇଛି ପୁରା ଦୃଶ୍ୟ । ୧୦ରୁ ୨୦ଜଣ ମାଫିଆ ଅତିରିକ୍ତ ତହସିଲଦାରଙ୍କ ପିଛା କରି ଥାନା ପର୍ଯ୍ୟନ୍ତ ଆସିଥିଲେ । ପରେ କାର ଅଟକିବା ମାତ୍ରେ ଆକ୍ରମଣ କରିଥିଲେ ।
Popular Categories



