mission shakti banner

ରେଳବାଇର ଇଞ୍ଚେ ଜମିକୁ ବି ଜବରଦଖଲକାରୀଙ୍କୁ ଦିଆ ଯିବନି-ଡିଆରଏମ ଅନୁପ ଶତପଥୀ

bjd gruha runa banner

ଗୁଣୁପୁର: ପୂର୍ବତଟ ରେଳବାଇର ଡିଆରଏମ ଅନୁପ ଶତପଥୀ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ରାୟଗଡା ଜିଲ୍ଲାର ଗୁଣୁପୁର ରେଲୱେ କାମର ତଦାରଖ କରିଛନ୍ତି। ଏ ଅବସରରେ ଉଭୟ ରେଲୱେର ପ୍ଲାଟଫର୍ମ, ପ୍ଲାଟଫର୍ମର ଉଚ୍ଚତା, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ପୂର୍ବତଟ ରେଳ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଲୱେ ଜମିରେ ଜବରଦଖଲ ଜନବସତିକୁ ତୁରନ୍ତ ଉଛେଦ କରିବା ପାଇଁ ରାୟଗଡା ଜିଲ୍ଲାପାଳ ଏବଂ ଗୁଣୁପୁର ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଜଣାଇଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ପଡିଲେ ଜମି ଜବରଦଖଲକାରୀ ଏବଂ ସରକାରୀ ଅଧିକାରୀଙ୍କ ଉପରେ କ୍ରିମିନାଲ ପଦକ୍ଷେପ ନେବେ।

Comments are closed.