ଗୁଣୁପୁରରେ ମାତିଛନ୍ତି ବାଇକ ଚୋର: ୧୦ ବାଇକ ଉଦ୍ଧାର, ୪ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ସହର ସମେତ ଆଖପାଖ ଅଞ୍ଚଳରେ ବାଇକ ଚୋର ମାତିଛନ୍ତି। ଗତ କିଛି ମାସ ଧରି ପୋଲିସ ଆଖିରେ ଧୂଳି ଦେଇ ଏଭଳି ଚୋରି ହେଉଥିବା ବେଳେ ଲୋକଙ୍କ ଆଖିରୁ ନିଦ ହଜିଯାଇଥିଲା। ସ୍ଥାନୀୟ ବଡ଼ କାଲମା ଗ୍ରାମର ସୁଦର୍ଶନ ଶବର ଗୁଣୁପୁର ପୁରୁଣା ବସଷ୍ଟାଣ୍ଡରେ ନିଜର ବାଇକ ରଖି ବଜାରକୁ ଯାଇ ଫେରିବା ବେଳକୁ ତାଙ୍କ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଗୁଣୁପୁର ପୋଲିସ ଘଟଣାର ତଦନ୍ତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ଟି ଚୋରି ବାଇକ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

prayash

ଗିରଫ ବ୍ୟକ୍ତିମାନେ ହେଲେ ଲିମାମେଡା ଗ୍ରାମର ଦେବେନ୍ଦ୍ର ଗୌଡ଼, ଆଚପାର ବିଦ୍ୟାଧର ଧୋବା, ଚାଲକମବାର ଦିପୁ ଶବର ଓ କୁଜେନ୍ଦ୍ରୀର ଚୈତନ୍ୟ ନାଗବଂସ। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ଆହୁରି ଅନେକ ସଂପୃକ୍ତ ଅଛନ୍ତି ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

kalyan agarbati

Comments are closed.