ଲଘୁଚାପ ଜନିତ ବର୍ଷା, ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷତି
ଗୁଣପୁର: ଲଘୁଚାପ ଜନିତ ବର୍ଷାରେ ରାୟଗଡା ଜିଲା ଗୁଣପୁର ବ୍ଲକର ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ପାଣିରେ ସବୁଆଡେ ବେହାଲ ସ୍ଥିତି। ନଦୀ ନାଳରେ ପ୍ରବଳ ପାଣି। ପାହାଡାରୁ ପାଣି ଆସି ଜମିରେ ମାଡି ବାଲିଚର ସୃଷ୍ଟି କରିଛି। ପ୍ରଥମ ଲଘୁ ଚାପ ଜନିତ ବର୍ଷାରେ ଏହି ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି। ଭୀମପୁରଠାରେ ଥିବାଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପାଣି ପଶିଛି। ସେହି ଭିତରେ ହଷ୍ଟେଲରେ ଥିବା ପିଲାମାନେ ଅକଥନୀୟ ସମସ୍ୟାରସମ୍ମୁଖୀନ ହୋଇଥିଲେ। ଗାଁ ପାଖରେ ଥିବା ଏକ ନାଳରଆଡିବନ୍ଧଭାଙ୍ଗିଯିବାରୁ ପାଣି ସ୍କୁଲ ଭିତରେ ବିଳମ୍ୱିତ ରାତିରେ ପାଣି ପଶିଯାଇଥିଲା। ପିଲାମାନେ ସେହି ସମୟରେ ସେଠାରେ ରହୁଥିଲେ। ଖବର ପାଇ ଲୋକମାନଙ୍କ ସହ-ଶିକ୍ଷକମାନେ ପିଲାଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ସ୍ଥାନକୁ ସେମାନଙ୍କୁ ନିଆଯାଇଥିଲା। ସ୍କୁଲ ଭିତରେ ଥିବା ଆସବାତ୍ର ଭାସି ଯିବା ସହ ଚାଉଳ ବସ୍ତା ଗୁଡିକ ପାଣିରେ ଭିଜି ଯାଇଥିଲା।
ଗଛ କରୋଡରେ ଅଜଗର ସାପ ରହିଥିଲା। ପାଣିରେ ସ୍କୁଲ ଭିତରକୁ ସାପ ମଧ୍ୟରେ ରହିଥିବା ଦେଖାଦେଇଥିଲା। ସେହିଭଳି ଖଇରା ମେରିଙ୍ଗି ସାନନଦୀ ନାଳରେ ଏକ ପିଲାହାତୀ ଭାସିଯାଇଥିଲା। ୬ ଟିକିଆ ହାତୀ ପୋଲସେହି ଅଞ୍ଚଳରେ ରହୁଥିବାବେଳେ ପିଲାହାତୀଟି ପାଣି ସୁଅରେ ଭାସିଯାଇଥିଲା। ଭୀମପୁର ପଞ୍ଚାୟତର ପିଠାଗୁଡିରେ ବ୍ରିଜଭାଙ୍ଗି ଯାଇଥିଲା। ଫଳରେ ଭୀମପୁରଠାରୁ ପଦ୍ମପୁର ବ୍ଲକ ମଧ୍ୟରେ ସେହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଶଗଡା ପଞ୍ଚାୟତର ଅଙ୍ଗରା, ଗୁଡାଡା ଅଞ୍ଚଳରେ ପାହାଡ ପାଣି ଆସି ଧାନ ଜମିରେ ମାଡିଯାଇଥିଲା। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଧାନ ଫସଲ ନଷ୍ଟ ହୋଇଛି। ୫୦ ହେକଟରଜମିରେ ଧାନ ତଳିକ୍ଷତି ହୋଇଥିବା କୃଷି ବିଭାଗ ଆକଳନ କରିଛି।
Comments are closed.