ଦାଉ ସାଧିଲା ପାହାଡ଼ି ପାଣି : ଶଗଡା-ପୁରବାସିଙ୍ଗ ଯୋଗାଯୋଗ ବିଚ୍ଛିନ୍ନ

ଗୁଣୁପୁର: ଉପାନ୍ତ ଦୁର୍ଗମ ଅଞ୍ଚଳରେ ବର୍ଷା ବିତ୍ପାତ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁର୍ଗମ ଅଞ୍ଚଳବାସୀ। ରାୟଗଡା ଓ ଗଜପତି ଜିଲା ସୀମାନ୍ତରେ ଥିବା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଗୁଡାଡା ଓ ପୁରୁବାସିଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ପାହାଡ଼ି ପାଣି। ପାହାଡ଼ରୁ ପ୍ରବଳ ବେଗରେ ପାଣି ମାଡ଼ି ଆସିବାରୁ ଶଗଡା-ପୁରୁବାସିଙ୍ଗ ମାଟି ରାସ୍ତା ଧୋଇ ହୋଇଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୁରୁବାସିଙ୍ଗ ଗ୍ରାମ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ପାଇଁ ଶଗଡା ଓ ପୁଟାସିଂ ଉପରେ ନିର୍ଭର କରୁଥିବା ବେଳେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବର୍ତ୍ତମାନ ଦୁଇ ଖଣ୍ଡ ବାଉଁଶ ସହାୟତାରେ ଅତି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ତୁରନ୍ତ ଏଠାରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ।

prayash

ଏହି ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଜେଡ଼ି ନେତା ବିଷ୍ଣୁ ପଣ୍ଡାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ୟା ସମ୍ପର୍କରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବାରୁ ଏହି ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ପାଣି କମିଗଲା ପରେ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।

kalyan agarbati

Comments are closed.