www.samajalive.in
Sunday, December 7, 2025
23.1 C
Bhubaneswar

ସଚିବାଳୟରେ କଲରାପତରିଆ ବାଘର ପ୍ରବେଶ ଉଦ୍ୟମ, ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ : ଗୁଜୁରାଟ ସଚିବାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରବିବାର ରାତିରେ ଏକ ବଣୁଆ କଲରାପତରିଆ ବାଘ ସଚିବାଳୟ ପରିସର ମଧ୍ୟକୁ ପ୍ରବେଶ କରୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସଚିବାଳୟ ଗେଟ୍‌ ନମ୍ବର ୭ ତଳ ଦେଇ ବାଘଟି ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । ବାଘଟି ବିଧାନସଭାରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି । ଫଳରେ ବାଘ କାରଣରୁ ସୋମବାର ଗୃହ କାର୍ଯ୍ୟକୁ ବାତିଲ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବିଧାନସଭା ମଧ୍ୟକୁ ସାଧାରଣ ପ୍ରବେଶ ଉପରେ ମଧ୍ୟ ରୋକ ଲଗାଯାଇଛି । ବାଘକୁ ଧରିବା ପାଇଁ ସଚିବାଳୟରେ ୧୦୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସଚିବାଳୟ ପରିସରରେ ପଞ୍ଜୁରୀ ବସା ଯିବା ସହିତ ବିଶେଷଜ୍ଞ ଦଳଗୁଡ଼ିକ ପହଞ୍ଚି ଟ୍ରାଙ୍କ୍ୟୁଲାଇଜର୍‌ ମାଧ୍ୟମରେ ବାଘଟିକୁ କାବୁ କରିବାକୁ ଚେଷ୍ଟା ଚଳାଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories