BJD Bijuli 480×75 Mob

ଗୁଜୁରାଟରେ ନିଜ ଦଳର ନେତାଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ପୂର୍ବତନ ବିଜେପି ବିଧାୟକ ଗିରଫ

BJD Bijuli 480×75 Mob
0

ଅହମ୍ମଦାବାଦ –  ଗୁଜୁରାଟରେ  ବିଜେପିର ପୂର୍ବତନ ବିଧାୟକ ଜୟନ୍ତୀ ଭାନୁଶାଳୀଙ୍କୁ ଟ୍ରେନରେ ହତ୍ୟା କରିବା ପାଇଁ ଦୁଇଜଣ ସାର୍ପ ସୁଟରଙ୍କୁ ସୁପାରୀ ଦେଇଥିବା ଆଉଜଣେ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି । ଏହି ଅଭିଯୁକ୍ତ ବିଧାୟକଙ୍କୁ ବିଜେପି କିଛିଦିନ ତଳେ ଦଳରୁ ନିଲମ୍ବିତ କରିଛି ।  ଛବିଲ ପଟେଲ ନାମକ ଏହି ପୂର୍ବତନ ବିଜେପି ବିଧାୟକଙ୍କୁ ଅହମ୍ମଦାବାଦ ବିମାନବନ୍ଦର ନିକଟରୁ ଗିରଫ କରାଯାଇଛି । ଗତ ଜାନୁଆରୀ ମାସରେ  ବିଜେପି ନେତା ଜୟନ୍ତୀ ଭାନୁଶାଲୀଙ୍କୁ ଏକ ଟ୍ରେନର ଏସି ବଗି ଭିତରେ ଗୁଳିକରି ହତ୍ୟା କରାଯାଇଥିଲା । ଏହାପରେ ତାଙ୍କ ପରିବାର ଲୋକ ଛବିଲ ପଟେଲଙ୍କୁ ଏହି ଘଟଣାର ଅଭିଯୁକ୍ତ ବୋଲି କହିଥିଲେ ।

ଗୁଜୁରାଟ ସରକାର ଏହାର ସ୍ୱତନ୍ତ୍ର ତଦନ୍ତ ନିର୍ଦେଶ ଦେଇଥିଲେ ।ଏହା ପରେ ଏସ୍‌ଆଇଟି ଦୁଇଜଣ ସାର୍ପ ସୁଟରଙ୍କୁ ଗିରଫ କରିଥିଲା । ତଦନ୍ତ ଆଗକୁ ବଢିବା ସହ ବିଜେପିର ପୂର୍ବତନ ବିଧାୟକ ଛବିଲ ପଟେଲ ଓ ତାଙ୍କ ପୁଅର ନାମ ସାମ୍ନାକୁ ଆସିଥିଲା । ଏହାପରେ ଛବିଲ ପଟେଲ ୫୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା  ପ୍ରମାଣ ମିଳିଥିଲା । ଛବିଲ ପଟେଲ ବିଦେଶ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି ।

Leave A Reply