ଗୁଜରାଟ ପୁସ୍ତକରେ ପୁନଃ ତ୍ରୁଟି: ରାମ ସୀତାଙ୍କୁ ଅପହରଣ କରିଥିଲେ

0

ଅହମ୍ମଦାବାଦ : ପାଠ୍ୟ ପୁସ୍ତକରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଉଲ୍ଲେଖ ନେଇ ବାରମ୍ବାର ଖବର ପ୍ରକାଶ ସତ୍ତ୍ବେ ଗୁଜରାଟ ଶିକ୍ଷା ବିଭାଗ ଏ ଦିଗରେ ସତର୍କତା ଅମଲମ୍ବନ କରୁ ନ ଥିବା ସଦ୍ୟ ଏକ ଘଟଣାରୁ ପ୍ରମାଣିତ ହୋଇଛି। ଗୁଜରାଟର ଇଂରାଜୀ ମାଧ୍ୟମିକ ଦ୍ୱାଦଶ ଶ୍ରେଣୀ ସଂସ୍କୃତ ପୁସ୍ତକରେ ଏକ ବିଷୟରେ ପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କୁ ଅପହରଣ କରିନେଇଥିଲେ ବୋଲି ଉଲ୍ଲେଖ ରହିଛି। ପୁସ୍ତକର ୧୦୬ ନମ୍ବର ପୃଷ୍ଠାରେ ପ୍ରକାଶିତ ‘ସଂସ୍କୃତ ସାହିତ୍ୟର ଉପକ୍ରମଣିକା’ରେ ରାବଣ ଦ୍ୱାରା ସୀତାଙ୍କ ଅପହରଣ ପରେ ରାମଙ୍କୁ ଲକ୍ଷ୍ମଣଙ୍କ ହୃଦୟସ୍ୱର୍ଶୀ ପ୍ରବୋଧନ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ଏହି ସ୍ଥାନରେ ସୀତା ରାବଣଙ୍କ ପରିବର୍ତ୍ତେ ରାମଙ୍କ ଦ୍ୱାରା ଅପହୃତ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ପ୍ରକାଶ କରିଛନ୍ତି। ଗୁଜରାଟୀ ଭାଷାରେ ପ୍ରକାଶିତ ଏହି ଅନୁଚ୍ଛେଦ ସମ୍ପୂର୍ଣ୍ଣ ଠିକ୍‍ ଅଛି ବୋଲି ସେ କହିଛନ୍ତି।

Leave A Reply