ବାଲ୍ୟ ବିବାହ ନିରୋଧ କର୍ମଶାଳା

ଗୁଡଭେଲା: ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର୍ ତରଫରୁ ଷ୍ଟିଚଟଙ୍ଗ କିଣ୍ଡର ପୋଷ୍ଟ ଜିଗେଲ ନେଦରଲ୍ୟାଣ୍ଡ ସହାୟତାରେ ବାଲ୍ୟ ବିବାହ ନିରୋଧ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜାମୁଟ, ବିରାମୁଣ୍ଡା, ଗମ୍ଭାରିଗୁଡା ପଞ୍ଚାୟତର ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଦଳ,ଏମବିକେ, ସିଆରପି, କିଶୋରୋ କିଶୋରୀ ବାଳକ ବାଳିକା ସହ ବିଭିନ୍ନ ୱାର୍ଡରୁ ଆସିଥିବା ସଭ୍ୟସଭ୍ୟା ଏବଂ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ରେଆରର ଧନୁର୍ଦ୍ଧର ନାଏକ ସ୍ବାଗତ ଜଣାଇବା ସହ ଅତିଥି ପରିଚୟ ଦେଇଥିଲେ। କିଶୋର ଝାଙ୍କର ଉଦ୍ଦେଶ୍ୟ ଜ୍ଞାପନ ସହ ସଭା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଜାମୁଟ ସରପଞ୍ଚ ତାରାବତୀ ହରପାଲ, ବିରାମୁଣ୍ଡା ସରପଞ୍ଚ ଜୟଶ୍ରୀ ଭୋଇ, ବଲାଙ୍ଗୀର ଶିଶୁ ମଙ୍ଗଳ ସମିତି ସଭ୍ୟ ବିରଞ୍ଚି ବହିଦାର ଅତିଥି ଭାବରେ ଯୋଗଦେଇଥିଲେ। ବାଲ୍ୟ ବିବାହ ଏକ ଗୁରୁତର ସମସ୍ୟା ଏବଂ ସମସ୍ତେ ସଚଚେତନା ସହ ସହଯୋଗ କଲେ ଏହାକୁ ରୋକା ଯାଇ ପାରିବ ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହା ସହ ସରକାରଙ୍କ ଆଶୀର୍ବାଦ ଯୋଜନାର ଲକ୍ଷ୍ୟ ବାବଦରେ ଶ୍ରୀ ବହିଦାର ଆଲୋଚନା କରିଥିଲେ। ବଲାଙ୍ଗୀର ଶିଶୁ ସୁରକ୍ଷା ସମିତିର ସୁନିତା ତ୍ରୀପାଠି ସାଧନ କର୍ମୀ ଭାବେ ଯୋଗଦେଇ ସମସ୍ତଙ୍କୁ ସ୍ବାଗତ ଜଣାଇବା କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ବାଲ୍ୟ ବିବାହ କଣ, କାରଣ, ସ୍ବାସ୍ଥଗତ ସମସ୍ୟା, ସମାଜିକ ସମସ୍ୟା ଏବଂ ସରକାରଙ୍କ ଦଣ୍ଡ ବିଧାନ ଉପରେ ଶ୍ରୀମତୀ ତ୍ରିପାଠୀ ଅବଗତ କରିଥିଲେ।ଶେଷରେ ବାଲ୍ୟ ବିବାହ କରାଇଦେବେ ନାହିଁ ବୋଲି ଶପଥ ପାଠ କରିଥିଲେ। ସଭା ଶେଷରେ ହେମାଙ୍ଗିନୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରୀତା ଦିପ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.