www.samajalive.in
Monday, December 8, 2025
16.1 C
Bhubaneswar

ଅପହଞ୍ଚ ମୌଳିକ ସୁବିଧା; ଲୋକେ ହନ୍ତସନ୍ତ

ଗୁଡଭେଲା/ତୁଷୁରା: ପୌରନିର୍ବାଚନରେ ବିଗୁଲ ବାଜିବା ପରେ ପଡା ପଡାରେ ନେତା ଡେରା ବାନ୍ଧିବା ସହ ରାଜନୈତିକ ପାଣିପାଗ ସରଗରମ୍ କରୁଛନ୍ତି। ସୋମବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଅଧ୍ୟକ୍ଷ ଓ କାଉନସିଲର୍ ଆସନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ଅଣ୍ଟା ଭିଡି ସାରିଲେଣି । ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗତ ୨୦୧୫ରେ ସ୍ଥାପନ ହେଇଥିଲା। ପ୍ରଥମ କରି ବିଜେଡି ହାତକୁ ଅଧ୍ୟକ୍ଷ ଆସନଟି ଯାଇଥିଲା । ହେଲେ ଗୋଟି ନିର୍ବାଚନ ସରି ଯାଇଥିଲେ ମଧ୍ୟ ବିଭିନ୍ନ ୱାର୍ଡ଼ର ଲୋକେ ମୌଳିକ ସୁବିଧାପାଇବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି। ତୁଷୁରା ସହରର ଉତ୍ତର ପଶ୍ଚିମ ପାର୍ଶ୍ବରେ ରହିଛି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ ୱାର୍ଡ଼ । ଏହି ୱାର୍ଡ଼ରେ ଚଳିତ ନିର୍ବାଚନରେ କାଉନସିଲର୍ ଆସନ ପାଇଁ ମହିଳା ବର୍ଗଙ୍କ ସଂରକ୍ଷଣ ହୋଇଛି । ଏହି ୱାର୍ଡ଼ଟି ନଅଗାଁ ପୁରୁଣା ବସ୍ତି ଓ କଲୋନିପଡାକୁ ନେଇ ଗଠିତ । ଏଥିରେ ମୋଟ ଜନସଂଖ୍ୟା ୫୯୭ ରହିଥିବାବେଳେ ସେଥିମଧ୍ୟରୁ ପୁରୁଷ ଭୋଟର୍ ୧୫୯ ଜଣ ଓ ମହିଳା ଭୋଟର୍ ୨୫୧ ଜଣ ସହ ମୋଟ ୫୧୦ ଜଣ ଭୋଟର ରହିଛି । ହେଲେ ଆଜି ପର୍ଯ୍ୟନ୍ତ ପଡାକୁ ଯିବା ପାଇଁ ଭଲ ଖଣ୍ଡେ ରାସ୍ତା ମଧ୍ୟ ନାହିଁ । ପ୍ରାୟ ୧୫ ବର୍ଷ ହେବ ପଡାକୁ ଯିବା ପାଇଁ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଆଜି ତାହା ଲୋକଙ୍କ ପାଇଁ ମରଣଜନ୍ତା ପାଳଟିଛି । ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯିବା ସହ ରାସ୍ତା ମଝିରେ ଗର୍ତ୍ତ ହୋଇ ଯାଇଥିବାରୁ ଯାତାୟାତ କରିଥିବା ଲୋକ ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି । ଏହାସହ କଲୋନିପଡାରୁ ନଅଗାଁ ପୁରୁଣା ବସ୍ତିକୁ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଦୁଇପାର୍ଶ୍ବରେ ମାଟି ଦବି ଯିବା ସହ କଂକ୍ରିଟ ମଧ୍ୟ ଛିଡି ଯିବାରୁ ରାସ୍ତାଟି ଅଣଓସାରିଆ ହୋଇ ରହିଛି। ରାସ୍ତାର ସୁରକ୍ଷା ପାଇଁ ଗାର୍ଡୱାଳ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ନେତାମନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହିୱାର୍ଡ଼କୁ ପାନିୟ ଜଳରସୁବିଧା ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଡ୍ରେନ୍ ସୁବିଧା ହୋଇ ପାରିଲା ନାହିଁ ।ଯାହା ଦ୍ୱାରା ଗାଁ ରାସ୍ତାକୁ ଘର ପାଣି ଛାଡିବାରୁ ବିଭିନ୍ନ ଘର ଆଗରେ ପାଣି ଲହଡା ମାରିଛି ।

ସେହିପରି ଗାଁ ମୁଣ୍ଡରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛସର୍ବେକ୍ଷଣ ୨୦୨୦-୨୧ରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ କାରାଯାଇଛି । ହେଲେ ଶୌଚାଳୟ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ପ୍ରାୟ ଦୁଇ ମାସ ହେବ ପାଇପ ଲାଇନ ଫାଟି ଅଚଳାବସ୍ଥାରେ ପଡିରହିଛି । ଯାହା ଦ୍ୱାରା ପଡାବାସୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପଡାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଥିଲେ ମଧ୍ୟ ତାହା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡିଛି ତାହା ଲୋକଙ୍କ ପାଇଁ କେତେ ସହାୟକ ହେଉଛି । ପଡା ରାସ୍ତାକୁ ଆଲୋକିକରଣ ପାଇଁ ରାସ୍ତା ପାର୍ଶ୍ବରେ ଷ୍ଟ୍ରିଟ୍ ଲାଇଟ ଲଗା ଯାଇଛି । ହେଲେ ପରିଚାଳନାର ଅଭାବ ଯୋଗୁ ଦିନରେ ଜଳୁଛି ରାତିରେ ଲିଭୁଛି ଲାଇଟ୍ ଗୁଡିକ । ସ୍ଥାନୀୟ ଲୋକମାନେ ଗାଧେଇ ସୁବିଧା ଯୋଗୁ ସ୍ଥାନୀୟ ପୋଖରୀରେ ଏକ ପାହାଚ ନିର୍ମାଣ କରିବା ପାଇଁ ଅନେକ ଦିନରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାହା ପୁରଣ ହୋଇ ପାରିଳା ନାହିଁ । କୋଟି କୋଟି ଟଙ୍କା ବ୍ୟୟରେ ସରକାରୀ ଯୋଜନା ଆତ୍ମସାତ ହେଉଛି ହେଲେ ଠିକ ଭାବରେ ଲୋକଙ୍କ ପାଖକୁ ପହଞ୍ଚି ପାରୁ ନ ଥିବାରୁ ପଡାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories