ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ
ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁଲାଇଲୋସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଜାତୀୟ କୃମିନାଶକ ଦିବସ ତଥା ବାତଜ୍ୱର ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଅତିଥି ଭାବରେ ଯୋଗଦେଇ ବାତଜ୍ୱରର କାରଣ,ନିରାକରଣ ଓ ପ୍ରତିକାର ସଂପର୍କରେ ପରାମର୍ଶ ଦେବା ସହ ବାତଜ୍ୱର ବଟିକା ବଣ୍ଟନ କରିଥିଲେ। ବ୍ଲକ ସ୍ୱାସ୍ଥ୍ୟସଂପ୍ରସାରଣ ଅଧିକାରୀ କବିତାରାଣୀଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.