ଛାତ ଉପରୁ ଖସି ଶିକ୍ଷକ ମୃତ

ଜି,ଉଦୟଗିରି: ସୋମବାର ସକାଳୁ ଜଣେ ଶିକ୍ଷକଙ୍କ ଛାତ ଉପରୁ ଖସି ପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ‘କନ୍ୟା ଶ୍ରମ’ରେ କାର୍ଯ୍ୟରତ ଗଣିତ ଶିକ୍ଷକ ରାମଚନ୍ଦ୍ର ଗନ୍ତାୟତ (୫୬) ନିଜ ଘର ଦୋ ମହଲା ଛାତ ଉପରେ ପାଣି ଢ଼ାଳୁଥିବା ସମୟରେ ଚପଲରେ ଗୋଡ଼ ଛନ୍ଦି ହୋଇଯିବା ଫଳରେ ଗୋଡ଼ ଖସି ଯାଇ ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ପରିବାର ଏବଂ ସାହିପଡିସାଙ୍କ ସହଯୋଗରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଥିବା ସୁଚନା ମିଳିଛି। ମୃତ ଶିକ୍ଷକଙ୍କ ସ୍ତ୍ରୀ ସହ ଦୁଇ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ସେ ଜଣେ ମେଳାପି, ମିଷ୍ଟଭାଷୀ ଏବଂ ସାଇ ସେବା ସଙ୍ଗଠନର ଜଣେ ବରିଷ୍ଟ ସଦସ୍ୟ ରହିଥିବା ବେଳେ ଉତ୍ତମ ପ୍ରବଚନ ମଧ୍ୟମରେ ଲୋକଙ୍କ ମନ ଜିଣିଥାନ୍ତି। ଏହି ଆକସ୍ମିକ ବିୟୋଗରେ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ, ସ୍କୁଲ ଛାତ୍ରୀ, ସାଇ ସେବା ସଙ୍ଗଠନର ସମସ୍ତ ସଦସ୍ୟ ସଦସ୍ୟା ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.