୧୨ ବର୍ଷ ହେଲାଣି ଅସ୍ଥାୟୀ ଭାବରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଗୁଡଭେଲା : ନିଜସ୍ୱ କୋଠା ନଥିବାରୁ ଦୀର୍ଘ ୧୨ ବର୍ଷ ହେବ ଅସ୍ଥାୟୀ ଭାବରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଦିନେ ଟିଟିଲାଗଡ଼ ନିର୍ବାଚନି ମଣ୍ଡଳୀର ବିଧାୟିକା ଟୁକୁନି ସାହୁ  ଥିଲେ ଶିଶୁ ବିକାଶ ମନ୍ତ୍ରୀ । ହେଲେ ତାଙ୍କ ନିର୍ବାଚନ ମଣ୍ଡଳୀର ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ୧୨ ବର୍ଷ ହେବ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଆସ୍ଥାୟୀ ଭାବରେ ଚାଲୁଥିବାରୁ ଗୁଡ଼ଭେଳା ବ୍ଲକ ଅଞ୍ଚଳରେ କିଭଳି ଭାବରେ ଶିଶୁ ଓ ମହିଳାଙ୍କ ବିକାଶ ହୋଇଛି ତାହା ଜଳଜଳ ହୋଇ ବାରିହେଉଛି । ତୁଷୁରା ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡରେ ତିକ୍ରିପଡା ଏହି ପଡାରେ ଗତ  ୨୦୧୦ ମସିହାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇଥିଲା । କିନ୍ତୁ କେନ୍ଦ୍ରଟିର ନିଜସ୍ୱ କୋଠା ନଥିବାରୁ ଅଙ୍ଗନବାଡି କର୍ମୀଙ୍କ ଘରେ ଦିର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଚାଲୁଥିଲା । ଗତ ୨ ବର୍ଷ କାଳ କରୋନା ମହାମାରୀ ଯୋଗୁ ପାଠପଢା ମଧ୍ୟ ବନ୍ଦ ରହିଥିଲା ।

prayash

କରୋନା ପ୍ରକୋପ କିଛି ମାତ୍ରାରେ ସ୍ଥିର ହେବା ପରେ ସରକାର ନିର୍ଦ୍ଦେଶ ଅନୁଯାୟୀ  ଗତ ମାର୍ଚ୍ଚ ମାସରେ ପ୍ରାକ୍ ବିଦ୍ୟାଳୟ ପାଠପଢା ଆରମ୍ଭ ହୋଇଯାଇଛି । ୪ ମାସ ହେବ ୱାର୍ଡ ସ୍ଥିତ ମାଇକ୍ରେ ଆକ୍ଟିଭିଟି ସେଣ୍ଟର (ଏମଏସି)ରେ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ କେନ୍ଦ୍ରରେ ୧୦ ଜଣ ଶିଶୁ ଅଛନ୍ତି । ରୋଷେଇ ଘର ନଥିବାରୁ ଅଙ୍ଗନବାଡି କର୍ମୀଙ୍କ ଘରେ ରୋଷେଇ କାର୍ଯ୍ୟ କରି ବୋହି ଆଣି ଦିଆଯାଇଛି । ପୂର୍ବରୁ କୋଠା ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି  କଲା ପରେ ଏନଏସି ପକ୍ଷରୁ ଜାଗା ଚିହ୍ନଟ କରି କୋଠା ନିର୍ମାଣ ପାଇଁ ଅନୁମୋଦନ ସହ ଟେଣ୍ଟର ପ୍ରକ୍ରିୟା  ମଧ୍ୟ ପ୍ରାୟ ଏକ ବର୍ଷ ହେବ ସରି ଗଲାଣି । ହେଲେ ଠିକାଦାର ର ମନମାନି ଯୋଗୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲା ନାହିଁ ।

ନିଜସ୍ୱ କୋଠା ନଥିବାରୁ ଅନେକ ଗୋଡିଏ ସମସ୍ୟା ସୃଷ୍ଟି ହେଉଛି । ଯାହା ଦ୍ୱାରା ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବାରୁ ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଷୟରେ ସିଡିପିଓ ପ୍ରତିମା ଚୋପଦାରଙ୍କୁ ପଚରାଯିବାରୁ କୋଠା ତିଆରି କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହିଙ୍କ ସହ କଥା ହୋଇଛି । କୌଣସି ସମସ୍ୟା ପାଇଁ କୋଠା ତିଆରି ହୋଇପାରୁ ନାହିଁ ବୋଲି କହିଥିଲେ । ତୁଷୁରା ଏନଏସି କାର୍ଯ୍ୟ ନିର୍ବାହି ଅଧିକାରି ଲକ୍ଷଣ ମୁର୍ମୁଙ୍କୁ ପଚରିବାରୁ କୋଠା ନିର୍ମାଣ ପାଇଁ ଟେଣ୍ଡର ସରିଛି । ହେଲେ ସେ କାମ ଆରମ୍ଭ ହୋଇ ନାହିଁ । ଠିକାଦାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ଶୀଘ୍ର କାମ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.