www.samajalive.in
Saturday, December 6, 2025
19.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ପିଜୁଳିର ଉପକାରିତା

ଶୀତଦିନେ ପିଜୁଳି ଖାଇବାକୁ ଅନେକଙ୍କୁ ଇଚ୍ଛା ହୋଇଥାଏ। ବଜାରରେ ସାଧାରଣତଃ ଦୁଇ ପ୍ରକାରର ପିଜୁଳି ମିଳିଥାଏ। ପିଜୁଳି କଞ୍ଚା ଥିବା ବେଳେ ତା ଭିତର ଧଳା ଦେଖାଯାଇଥାଏ ଓ ପାଚିଲା ବେଳେ ଭିତର ହାଲୁକା ଗୋଲାପି ଦେଖାଯାଏ।

ଆର୍ୟୁବେଦ ଅନୁସାରେ, ପିଜୁଳି ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାକୁ ଖାଇବା ଦ୍ବାରା ପାଚନ କ୍ରିୟା ସଠିକ୍‌ ଭାବେ ହୋଇଥାଏ। କଞ୍ଚା ପିଜୁଳି ଅପେକ୍ଷା ପାଚିଲା ପିଜୁଳି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଅଟେ। କଞ୍ଚା ପିଜୁଳି ପାଚିଲା ଅପେକ୍ଷା ଅଧିକ ମିଠା ହୋଇଥାଏ। ପିଜୁଳିରେ ପାଣି ୭୯.୯, କାର୍ବୋହାଇଡ୍ରେଟ ୧୪.୯, ପ୍ରୋଟିନ ୧.୫, ଖଣିଜ ଲବଣ ୧.୮ ରହିଛି। ଏହାସହ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ-ସି, କ୍ୟାଲସିୟମ, ଫସଫରସ ଓ ଆଇରନ ରହିଛି।

- Advertisement -

ଯେଉଁମାନଙ୍କର ଇସନଫୁଲିଆ ସମ୍ବନ୍ଧୀୟ ସମସ୍ୟା ଥିବ ସେମାନେ ପିଜୁଳି ଖାଇବା ଅନୁଚିତ।

ପେଟ ରୋଗ ସମସ୍ୟା ଥିବା ବ୍ୟକ୍ତିଙ୍କୁ ମଧ୍ୟ ପିଜୁଳି ଖାଇବା ଉଚିତ ନୁହେଁ। ଯଦି ଖାଇବାକୁ ଇଚ୍ଛା ହୁଏ ତେବେ ଲୁଣ ସହ ପିଜୁଳି ଖାଇପାରିବେ।

କୋଷ୍ଠକାଠିନ୍ୟ ସମସ୍ୟା ଥିବା ବ୍ୟକ୍ତିମାନେ ପିଜୁଳି ଖାଇବା ଲାଭଦାୟକ ଅଟେ। ପିଜୁଳିରେ ଲୁଣ, ଅଦା ପକାଇ ଖାଇବା ଦ୍ବାରା ହଜମ ଶକ୍ତି ଠିକ ଭାବେ ହୋଇଥାଏ।

ଅଧ କପାଳି ବିନ୍ଧା ହେଉଥିବା ବ୍ୟକ୍ତିମାନେ ପିଜୁଳି ଦ୍ବାରା ସୁଫଳ ମିଳିଥାଏ। କଞ୍ଚା ପିଜୁଳିକୁ ବାଟି ମୁଣ୍ଡରେ ଲଗାଇବା ଦ୍ବାରା ଶୀଘ୍ର ଉପଶମ ମିଳିଥାଏ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories