ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି

ନୂଆଦିଲ୍ଲୀ, ୦: ସରକାର ସେପ୍ଟେମ୍ବର ମାସରେ ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ବୃୃଦ୍ଧି କରି ୨୧ ଅକ୍ଟୋବର କରିଦେଇଛନ୍ତି। ରିଟର୍ଣ୍ଣ ଦାଖଲ ନେଇ ସରକାରଙ୍କ ପୋର୍ଟାଲରେ କରଦାତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

prayash

ଏଥିପାଇଁ ସମୟସୀମା ବୃଦ୍ଧି କରାଯାଇଥିବା ପ୍ରକାଶ। ଅଧିକାଂଶ କରଦାତାଙ୍କ ପାଇଁ ମାସିକ ଜିଏସଟି ରିଟର୍ଣ୍ଣ ଦାଖଲ ସମୟ ଗତ ୨୧ପର୍ଯ୍ୟନ୍ତ ଥିଲା। ସରକାରଙ୍କ ୱେବସାଇଟ ଖରାପ ଥିବା ତଥା ଧିମା ଥିବାରୁ ଏକାଧିକ କରଦାତା ରିଟର୍ଣ୍ଣ ଫାଇଲ କରିପାରି ନଥିଲେ। ଏଣୁ କରଦାତାଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ଦିନ ପାଇଁ ରିଟର୍ଣ୍ଣ ଦାଖଲ ଅବଧିକୁ ବଢାଇ ଦେଇଛନ୍ତି।

Comments are closed.